Advertisment

ଲକ୍‌ଡାଉନ୍ ଯୋଗୁ ଘରେ ରହି ବିରକ୍ତ ଲାଗୁଛି କି? ଆପଣାନ୍ତୁ ଏହିସବୁ ଉପାୟ

‘କରୋନା’ ବିରୋଧରେ ସାରା ବିଶ୍ୱ ଲଢୁଛି। ଭାରତ ବି ଏହାର ମୁକାବିଲା କରୁଛି। ଏଥିପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି। ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତେବେ ଘରେ ରହି ଅନେକ ଲୋକ ନିଶ୍ଚିତ ଭାବେ ବିରକ୍ତ ହୋଇଯାଉଥିବେ। ଏମିତିକି କେହି କେହି ଅବସାଦଗ୍ରସ୍ତ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏସବୁକୁ ଏଡ଼ାଇବା ପାଇଁ କ’ଣ ସବୁ କରି ହେବ, ସେ ବିଷୟରେ ଜାଣି ନିଅନ୍ତୁ। ୧) […]

author-image
Chinmayee Roy
ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ଯୋଗୁ ଘରେ ରହି ବିରକ୍ତ ଲାଗୁଛି କି? ଆପଣାନ୍ତୁ ଏହିସବୁ ଉପାୟ

HELTH

‘କରୋନା’ ବିରୋଧରେ ସାରା ବିଶ୍ୱ ଲଢୁଛି। ଭାରତ ବି ଏହାର ମୁକାବିଲା କରୁଛି। ଏଥିପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ୍ କରିଦିଆଯାଇଛି। ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତେବେ ଘରେ ରହି ଅନେକ ଲୋକ ନିଶ୍ଚିତ ଭାବେ ବିରକ୍ତ ହୋଇଯାଉଥିବେ। ଏମିତିକି କେହି କେହି ଅବସାଦଗ୍ରସ୍ତ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏସବୁକୁ ଏଡ଼ାଇବା ପାଇଁ କ’ଣ ସବୁ କରି ହେବ, ସେ ବିଷୟରେ ଜାଣି ନିଅନ୍ତୁ।

Advertisment

publive-image

୧) ଯଦି ଆପଣ ଘରେ ବସି ବୋର୍ ହେଉଛନ୍ତି, କିମ୍ବା ବିରକ୍ତ ହେଉଛନ୍ତି, ତା’ହେଲେ ଆମ ପାଖରେ ଏକ ଭଲ ଉପାୟ ଅଛି। ଆପଣ ନିଜ ମନପସନ୍ଦର ବହି ପଢ଼ିବା ଆରମ୍ଭ କରନ୍ତୁ। ଏହା ବ୍ୟତୀତ ଆପଣ ଯଦି ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି, ତା’ହେଲେ ସେଥିରେ ମନ ଦିଅନ୍ତୁ। ଏ ସବୁ ବାଦ୍ ଆପଣ ନିଜ ମନପସନ୍ଦର ଗୀତ ଲଗାଇ ଶୁଣନ୍ତୁ। ଏସବୁ କଲେ ଆପଣଙ୍କୁ ବିରକ୍ତ ଲାଗିବ ନାହିଁ। ଭଲରେ ଦିନଗୁଡ଼ିକ କଟିବ।

୨) ସକାଳେ ଉଠିବା ପରେ ଫ୍ରେଶ୍‌ ହୋଇ ଖୋଲା ଜାଗାରେ ତାଜା ପବନରେ ମର୍ଣିଂ ୱାକ୍ କଲେ ମନକୁ ଶାନ୍ତି ମିଳିବା ସହ ଶରୀର ଫୂର୍ତ୍ତି ହୋଇଯିବ। ହେଲେ ଏଭଳି ସମୟରେ ଘର ବାହାରକୁ ଯାଆନ୍ତୁ ନାହିଁ। ନିଜ ଘର ବଗିଚା କିମ୍ବା ଛାତ ଉପରେ ମର୍ଣିଂ ୱାକ୍ କରନ୍ତୁ। ସେମିତି ସନ୍ଧ୍ୟାରେ ବି କିଛି ସମୟ ଚାଲି ପାରିବେ।

Advertisment

call-drops୩) ଯଦି ଆପଣ ଏକା ଅନୁଭବ କରୁଛନ୍ତି, ତା’ହେଲେ ମନ ଦୁଃଖ ନକରି ସାଙ୍ଗମାନଙ୍କ ସହ ଫୋନ୍‌ରେ କଥା ହୁଅନ୍ତୁ। ଆପଣ ଚାହିଁଲେ ସେମାନଙ୍କୁ ଭିଡିଓ କଲ୍ କରି ମଧ୍ୟ କଥା ହୋଇପାରିବେ। ବହୁ ଦିନର ପୁରୁଣା ବନ୍ଧୁ, ଯେଉଁମାନଙ୍କ ସହିତ କେବଳ ଫେସ୍‌ବୁକ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ କେବେ କେମିତି ବାର୍ତ୍ତାଳପ କରନ୍ତି, ସେମାନଙ୍କୁ ଫୋନ୍ କରନ୍ତୁ ଓ କଥା ହୁଅନ୍ତୁ। ଦେଖିବେ ଆହୁରି ଭଲ ଲାଗିବ।

yoga୪) ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ଦେଖିବେ ଶରୀର ଫୂର୍ତ୍ତି ରହିବା ସହିତ ମନ ଶାନ୍ତ ରହିବ। ସବୁ ପ୍ରକାରର ଦୁଶ୍ଚିନ୍ତା ଦୂର ହୋଇଯିବ। ବ୍ୟାୟାମ କଲେ ଶରୀରରୁ ଏକ ପ୍ରକାରର ହରମୋନ୍ ବାହାରି ଥାଏ, ଯାହାକୁ ହାପି ହର୍ମୋନ୍ କୁହାଯାଏ। ଏହା ଆମ ମନକୁ ପ୍ରଫୁଲ୍ଲିତ କରେ।

breckfast୫) କୁହାଯାଏ ଯିଏ ଯେଉଁଭଳି ଖାଦ୍ୟ ଖାଏ, ତା’ର ସ୍ୱଭାବ ସେହିପରି ହୁଏ। ତେଣୁ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଯେତେ ସମ୍ଭବ ଆମିଷ ଠାରୁ ଦୂରେଇ ରୁହନ୍ତୁ। ସେହିଭଳି ଆପଣ ଯଦି ବ୍ୟସ୍ତବହୁଳ ଜୀବନ ଭିତରେ ଭଲ ଭାବେ ରୋଷେଇ କରିବାକୁ ସମୟ ପାଇ ନଥିବେ, ତା’ହେଲେ ଏବେ ସେଥିରେ ଅଧିକ ସମୟ ଦିଅନ୍ତୁ। କିଛି ନୂଆ ନୂଆ ଆଇଟମ୍‌ ବି ପ୍ରସ୍ତୁତ କରନ୍ତୁ।

publive-image୬) ଯେଉଁମାନେ କମ୍ ସମୟ ଶୁଅନ୍ତି, ସେମାନଙ୍କ ଦେହ ଖରାପ ହୋଇଥାଏ। ଚିଡ଼ିଚିଡ଼ା ବି ଲାଗେ। ଯେହେତୁ ଏବେ ଅଫିସ୍ ବା କାମର ଟେନ୍‌ସନ୍ ନାହିଁ, ତେଣୁ ଆବଶ୍ୟକ ସମୟ ଶୁଅନ୍ତୁ। ରାତିରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଟିଭି ଦେଖି ବା ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ନ ରହି, ଖାଇପିଇ ଶୋଇ ଯା’ନ୍ତୁ। ଅତିକମ୍‌ରେ ସାତ ଘଣ୍ଟା ଶୁଅନ୍ତୁ। କେବେ ଭୋରରୁ ଉଠୁ ନଥିଲେ, ଏବେ ଉଠନ୍ତୁ। ନିତ୍ୟ କର୍ମ ସାରି ମର୍ଣ୍ଣିଂ ୱାକ୍ ବା ବ୍ୟାୟାମ ଓ ଯୋଗ ଆଦି କରନ୍ତୁ। ଦେଖିବେ ଦିନଟି ଭଲରେ କଟିବ।