Advertisment

ଅବ୍ୟବହୃତ ଖେଳଣା ଦାନ କଲେ କ’ଣ ହୁଏ ଜାଣନ୍ତୁ?

ଦୁନିଆରେ ସମସ୍ତେ ସୁଖ ଶାନ୍ତିରେ ରହିବାକୁ ଚାହାଁନ୍ତି। ଏହି ସୁଖ ଶାନ୍ତି ପାଇଁ ମଣିଷ ଅନେକ ଉପାୟ ଅବଲମ୍ବନ କରିଥାଏ। ତଥାପି ବେଳେ ବେଳେ ଅଶାନ୍ତି କବଳରୁ ମୁକ୍ତି ପାଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରଖିବା ଲାଗି କିଛି ଉପାୟ ରହିଛି । ଆସନ୍ତୁ ଜାଣିବା ସେ ଉପାୟ ଗୁଡ଼ିକ ସଂପର୍କରେ। – ଆୟବୃଦ୍ଧିରେ ବାଧା ସୃଷ୍ଟି ହେଉଥିଲେ ଘରର ବାମ କୋଣରେ କୌଣସି ଓଜନିଆ ବସ୍ତୁ ରଖି ଦିଅନ୍ତୁ। – […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅବ୍ୟବହୃତ ଖେଳଣା ଦାନ କଲେ କ’ଣ ହୁଏ ଜାଣନ୍ତୁ?

ଦୁନିଆରେ ସମସ୍ତେ ସୁଖ ଶାନ୍ତିରେ ରହିବାକୁ ଚାହାଁନ୍ତି। ଏହି ସୁଖ ଶାନ୍ତି ପାଇଁ ମଣିଷ ଅନେକ ଉପାୟ ଅବଲମ୍ବନ କରିଥାଏ। ତଥାପି ବେଳେ ବେଳେ ଅଶାନ୍ତି କବଳରୁ ମୁକ୍ତି ପାଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରଖିବା ଲାଗି କିଛି ଉପାୟ ରହିଛି । ଆସନ୍ତୁ ଜାଣିବା ସେ ଉପାୟ ଗୁଡ଼ିକ ସଂପର୍କରେ।

Advertisment

- ଆୟବୃଦ୍ଧିରେ ବାଧା ସୃଷ୍ଟି ହେଉଥିଲେ ଘରର ବାମ କୋଣରେ କୌଣସି ଓଜନିଆ ବସ୍ତୁ ରଖି ଦିଅନ୍ତୁ।

- ଘରର ଛାତ ଉପରେ ପକ୍ଷୀ ମାନଙ୍କପାଇଁ ଦାନା ରଖନ୍ତୁ । ଏହା ଘର ଉପରେ ସକାରାତ୍ମକ ପ୍ରଭାବ ପକାଏ। ପଶୁମାନଙ୍କ ପାଣି ପିଇବାକୁ ଦିଆଯାଇଥିବା ପାତ୍ରକୁ କଦାପି  ଘର ସମ୍ମୁଖରେ ରଖନ୍ତୁ ନାହିଁ ।

Advertisment

- ବହି, ଖେଳଣା ଓ ବାସନ ପରି ଜିନିଷ ବ୍ୟବହାର କରୁନଥିଲେ ଏହାକୁ ବିକିବା ବଦଳରେ ଦାନ କରି ଦିଅନ୍ତୁ। ଏହାଦ୍ୱାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ ।

- ଆଲମିରାରେ ଟଙ୍କା ରଖୁଥିବା ସ୍ଥାନରେ ଏକ ଛୋଟ ଆଇନା ଲଗାଇ ଦିଅନ୍ତୁ ଯେପରି ଆଇନାରେ ଟଙ୍କାର ପ୍ରତିବିମ୍ୱ ଦେଖାଯିବ।

- ଘର ମୁଖ୍ୟ ପ୍ରବେଶ ଦ୍ୱାରରେ 'ଓଁ' ଲେଖନ୍ତୁ କିମ୍ୱା ଶୁଭ ଲାଭ ଚିତ୍ର ଆଙ୍କନ୍ତୁ । ଏହାଦ୍ୱାରା ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।

- ସମସ୍ୟା ପିଛା ଛାଡୁ ନଥିଲେ ଘରର ଡାଇନିଂ ରୁମ୍‌ରେ ଫୁଲଦାନି ରଖିଦିଅନ୍ତୁ। ଶିଡ଼ି ତଳେ କୌଣସି ଭଙ୍ଗା ବସ୍ତୁ ରଖନ୍ତୁ ନାହିଁ।