Advertisment

ଏମିତି ଟ୍ରିକ୍‌ ଆପଣେଇ ଗ୍ରାହକଙ୍କୁ ଖର୍ଚ୍ଚାନ୍ତ କରିଥାନ୍ତି ସୁପର୍‌ ମାକେର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଆପଣଙ୍କୁ ଘରର ଜିନିଷ କିଣିବା ପାଇଁ ସମୟ ନ ଥାଏ। ତେଣୁ ଆପଣ ଯେତେବେଳେ ସୁପର୍‌ ମାକେର୍ଟ ବା ସପିଂ ମଲ୍‌ ଯାଆନ୍ତି, ମନଲୋଭା ଅଫର ପାଇ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣି ଦେଇଥାନ୍ତି। ଆଉ ବିଲ୍‌ ଦେଖିଲା ବେଳେ ଭାବନ୍ତି ଯେ, ଆପଣ ଦରକାରଠାରୁ ଅଧିକ ଜିନିଷ କିଣିଦେଇଛନ୍ତି। ତେଣୁ ଏଠାରେ କହିବାକୁ ଯାଉଛୁ ଯେ, କିପରି କିଛି ଟ୍ରିକ୍ସ୍‌ ଆପଣେଇ ସୁପର୍‌ ମାକେର୍ଟରେ ଆପଣଙ୍କ ପର୍ସ ଢିଲା କରାଯାଇଥାଏ। […]

ଅଦ୍ୟତନ ହୋଇଛି
ଏମିତି ଟ୍ରିକ୍‌ ଆପଣେଇ ଗ୍ରାହକଙ୍କୁ ଖର୍ଚ୍ଚାନ୍ତ କରିଥାନ୍ତି ସୁପର୍‌ ମାକେର୍ଟ

s44

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଆପଣଙ୍କୁ ଘରର ଜିନିଷ କିଣିବା ପାଇଁ ସମୟ ନ ଥାଏ। ତେଣୁ ଆପଣ ଯେତେବେଳେ ସୁପର୍‌ ମାକେର୍ଟ ବା ସପିଂ ମଲ୍‌ ଯାଆନ୍ତି, ମନଲୋଭା ଅଫର ପାଇ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣି ଦେଇଥାନ୍ତି। ଆଉ ବିଲ୍‌ ଦେଖିଲା ବେଳେ ଭାବନ୍ତି ଯେ, ଆପଣ ଦରକାରଠାରୁ ଅଧିକ ଜିନିଷ କିଣିଦେଇଛନ୍ତି। ତେଣୁ ଏଠାରେ କହିବାକୁ ଯାଉଛୁ ଯେ, କିପରି କିଛି ଟ୍ରିକ୍ସ୍‌ ଆପଣେଇ ସୁପର୍‌ ମାକେର୍ଟରେ ଆପଣଙ୍କ ପର୍ସ ଢିଲା କରାଯାଇଥାଏ। ତେଣୁ ତାହା କେମିତି ସମ୍ଭବ ହୋଇ ପାରୁଛି ଜାଣନ୍ତୁ।

Advertisment

-ଆପଣ ସପିଂ କରିବା ପାଇଁ ମଲ୍‌କୁ ଗଲାବେଳେ shopping cart ବା ଜିନିଷ ଆଣିବା ପାଇଁ ଟ୍ରଲିମାନ ରହିଥାଏ। ଆପଣ କେବେ ଭାବିଛନ୍ତି କି ଏହା ଛୋଟ କ’ଣ ପାଇଁ ହୋଇ ନଥାଏ। ସବୁ ସପିଂ ମଲ୍‌ରେ ବଡ଼ ବଡ଼ ସପିଂ କାର୍ଟ ସବୁ କାହିଁକି ରହିଥାଏ। ଏହାର କାରଣ ଆମେ ଆପଣଙ୍କୁ କହୁଛୁ।

publive-image

ମାକେଟିଂ ପରାମର୍ଶଦାତା Martin Lindstormଙ୍କ କହିବା ଅନୁସାରେ, ସପିଂ କାର୍ଟକୁ ଜାଣିଶୁଣି ବଡ଼ ତିଆରି କରାଯାଇଥାଏ। ପ୍ରଥମେ ଏହା ଉପରେ ଏକ ରିସର୍ଚ୍ଚ କରାଯାଇଥିଲ। ରିସର୍ଚ୍ଚ ଏହା ଜାଣିବା ପାଇଁ ଥିଲା ଯେ, କ’ଣ ଲୋକମାନେ ବଡ଼ ସପିଂ କାର୍ଟ ନେଇ ତାକୁ ଫୁଲ୍‌ କରି ଜିନିଷ ଆଣୁଛନ୍ତି କି ? ପରେ ଏହା ସତରେ ପରିଣତ ହେଲା। ବଡ଼ ସପିଂ କାର୍ଟ କଲେ ଗ୍ରାହକ ଭର୍ତ୍ତି କରି ଜିନିଷ ଆଣିଲେ। ତେଣୁ ଆପଣ ଏଠାରେ ବୋକା ହୋଇଗଲେ ଆଉ ସର୍ପିଂ ମଲ୍‌ ଚାଲାକ୍‌। ସର୍ପି କାର୍ଟକୁ ଭର୍ତ୍ତି କରିବା ସହ ଆପଣ ଅଜାଣତରେ ଦରକାରଠାରୁ ଅଧିକ ସାମଗ୍ରୀ କିଣି ଦେଲେ।

Advertisment

publive-image

-ଆପଣ କେବେ ଭାବିଛନ୍ତି କି ମଲ୍‌ରେ ଖାଇବା ସାମଗ୍ରୀ ସବୁ ପ୍ୟାକ୍‌ ହେଇ କ’ଣ ପାଇଁ ଥାଏ। ଏହାର କାରଣ ହେଉଛି ଯେ, ଗ୍ରାହକ ଭାବନ୍ତି, ପ୍ୟାକ୍‌ ହୋଇ ଥିବା ଖାଇବା ସାମଗ୍ରୀ ଭଲ ହୋଇଥାଏ। ଏହା ସତ, କିନ୍ତୁ ଆପଣ ଏହା ମଧ୍ୟ ଭାବନ୍ତି ଯେ, ପ୍ୟାକ୍‌ ହୋଇଥିବା ସାମଗ୍ରୀ ଆମେ ଘରକୁ ନେଇ ଅଧିକ ଦିନ ଯାଏ ସାଇତି ରଖି ବ୍ୟବହାର କରିପାରିବା। ତେଣୁ ଏଥିପାଇଁ ଗ୍ରାହକ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣି ଦେଇଥାନ୍ତି।

-ମଲ୍‌ଗୁଡ଼ିକରେ ୨ କିମ୍ବା ୪ଟା ଜିନିଷ ଏକା ସହ କିଣିବା ଉପରେ ଅଫର୍‌ ମଧ୍ୟ ଥାଏ। ଏହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ ମଧ୍ୟ କରିଥାଏ। ଆମେ କିଛି ନ ଭାବି ସେହି ଜିନିଷ ହିଁ କିଣିଥାଉ। କିନ୍ତୁ ଆମେ ସେହି ସାମଗ୍ରୀକୁ ବାହାର ମାକେର୍ଟ ସହ ତୁଳନା କଲେ ଆମେ କେଉଁଟା ମହଙ୍ଗା ଆଉ ଶସ୍ତା ଜାଣିପାରିବା।

publive-image

-ଆପଣ କେବେ ଭାବିଛନ୍ତି କି ମଲ୍‌ ଭିତରେ ଫ୍ରେସ୍‌ ବାସ୍ନା କାହିଁକି ଆସୁଥାଏ। ଏହା ଗ୍ରାହକଙ୍କୁ ପସନ୍ଦ ମଧ୍ୟ ଆସେ।  ଗ୍ରାହକଙ୍କୁ ଆକୃଷ୍ଟ କରି ମଲ୍‌ରେ ଅଧିକ ସମୟ ବିତାଇବା ପାଇଁ ଏଭଳି ଉପାୟ ଆପଣା ଯାଇଥାଏ । ଗ୍ରାହକ ଅଧିକ ସମୟ ବୁଲିଲେ ଜିନିଷ ପସନ୍ଦ ଆସିବ ଆଉ ତାହା କିଣିବା ପାଇଁ ସେମାନେ ବାଧ୍ୟ ହେବେ। ସେଥିପାଇଁ ମଲ୍‌ରେ ଫ୍ରେସ୍‌ ବାସ୍ନା ଦିଆଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe