Advertisment

ଏକସଙ୍ଗେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ପଡ଼ିପାରନ୍ତି ସମସ୍ୟାରେ

ସବୁ ଲୋକଙ୍କର କିଛି ନା କିଛି ପ୍ରିୟ ଖାଦ୍ୟ ରହିଛି। ଏହି ପ୍ରିୟ ଖାଦ୍ୟକୁ ସେମାନେ ଅଧିକରୁ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହାସହ କିଛି ଲୋକଙ୍କ ଅଜବଗଜବ ଖାଦ୍ୟ ଖାଇବାକୁ ଭଲ ଲାଗିଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଏକାସାଙ୍ଗରେ ଖାଇବାକୁ ଲୋକେ ଭଲ ପାଇଥାନ୍ତି। ହେଲେ ଏପରି ଖାଇବା ଦ୍ୱାରା ସମସ୍ୟାରେ ପଡିବାର ସମ୍ଭାବନା ରହିଛି। ଆୟୁର୍ବେଦରେ ମଧ୍ୟ ଏପରି ଖାଦ୍ୟ ଏକା ସଙ୍ଗାରେ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା […]

ଅଦ୍ୟତନ ହୋଇଛି
ଏକସଙ୍ଗେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ପଡ଼ିପାରନ୍ତି ସମସ୍ୟାରେ
Advertisment

ସବୁ ଲୋକଙ୍କର କିଛି ନା କିଛି ପ୍ରିୟ ଖାଦ୍ୟ ରହିଛି। ଏହି ପ୍ରିୟ ଖାଦ୍ୟକୁ ସେମାନେ ଅଧିକରୁ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହାସହ କିଛି ଲୋକଙ୍କ ଅଜବଗଜବ ଖାଦ୍ୟ ଖାଇବାକୁ ଭଲ ଲାଗିଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଏକାସାଙ୍ଗରେ ଖାଇବାକୁ ଲୋକେ ଭଲ ପାଇଥାନ୍ତି। ହେଲେ ଏପରି ଖାଇବା ଦ୍ୱାରା ସମସ୍ୟାରେ ପଡିବାର ସମ୍ଭାବନା ରହିଛି। ଆୟୁର୍ବେଦରେ ମଧ୍ୟ ଏପରି ଖାଦ୍ୟ ଏକା ସଙ୍ଗାରେ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଏହି ଖାଦ୍ୟ ସମ୍ପର୍କରେ।

Advertisment

burger-and-friesବର୍ଗର ଓ ଆଳୁ: ବାହାରେ ଖାଇବା ବେଳେ ବହୁ ଲୋକ ବର୍ଗର ସହ ଆଳୁ ଚିପ୍ସ ଅର୍ଡର କରିଥାନ୍ତି। ଏହି ଦୁଇ ଖାଦ୍ୟରେ ବହୁତ ତେଲ ବ୍ୟବହାର କରାଯାଥାଏ। ଏକା ସାଙ୍ଗରେ ଉଭୟକୁ ଖାଇଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଥାଏ। ଏଥିରେ ଥିବା ଟ୍ରାନ୍ସ ଫ୍ୟାଟ୍‌ ଶରୀରରେ ବ୍ଲଡସୁଗାର ସ୍ତର କମାଇ ଦେଇଥାଏ। ଫଳରେ ଥକା ଲାଗିଥାଏ।

soda-drink-and-pizzaପିଜା ଓ ମୃଦୁପାନୀୟ: ପିଜା ଖାଇବା ବେଳେ ଲୋକେ ଥଣ୍ଡା ପାନୀୟ (ସଫ୍ଟ ଡ୍ରିଙ୍କସ୍‌) ପିଇଥାନ୍ତି। ପିଜାରେ ଥିବା କାର୍ବସ୍‌, ପ୍ରୋଟିନ୍‌ ଓ ଷ୍ଟାର୍ଚକୁ ହଜମ କରିବାକୁ ଶରୀରକୁ ଅଧିକ ଶକ୍ତି ବ୍ୟୟ କରିବାକୁ ପଡିଥାଏ। ଏହାସହ ମୃଦୁପାନୀୟ ଶରୀରର ହଜମ ପ୍ରକ୍ରିୟାକୁ କମାଇ ଦେଇଥାଏ। ଫଳରେ ହଜମ ଜନିତ ସମସ୍ୟା ଦେଖାଯିବାର ସମ୍ଭାବନା ବଢିଯାଇଥାଏ।

Advertisment

Banana-and-Milk-1ଦୁଧ ଓ କଦଳୀ: ଦୁଧ ପିଇବା ବେଳେ କଦଳୀ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ବୋଲି ବହୁ ଲୋକଙ୍କ ଧାରଣା ରହିଛି। ହେଲେ ଆୟୁର୍ବେଦ ଅନୁସାରେ ଏକା ସାଙ୍ଗରେ ଏହି ଦୁଇ ଖାଦ୍ୟକୁ ଖାଇଲେ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ଏହାସହ ଏହା ମସ୍ତିଷ୍କ ସଂଚାଳନ କମିଯାଇ ଥାଏ।

Curd-and-fruitsଦହି ଓ ଫଳ: ଆୟୁର୍ବେଦରେ କୁହାଯାଇଛି, ଦୁଧ ଜାତୀୟ ଖାଦ୍ୟ ସହ କେବେ ବି ଖଟ୍ଟା ଫଳ ଖାଇବା ଉଚିତ ନୁହେଁ। ଦହି ସହ ଫଳ ଖାଇଲେ ହଜମ ଜନିତ ସମସ୍ୟାରେ ପଡିପାରନ୍ତି। ଇନଟେଷ୍ଟାଇନଲ ଫ୍ଲୋରାରେ ପରିବର୍ତ୍ତନ ହେବା ସହ ବିଷାକ୍ତ ପଦାର୍ଥ ସୃଷ୍ଟି, ସାଇନସ୍‌ କଞ୍ଜକ୍‌ସନ, ଥଣ୍ଡା, କାଶ ଓ ଏଲର୍ଜି ପରି ସମସ୍ୟାରେ ପଡିପାରନ୍ତି।

beans-and-paneerବିନ୍ସ ଓ ପନିର: ପନିର ସହ ବିମ୍ସ କେବେ ଖାଆନ୍ତୁ ନାହିଁ। ପନିରରେ ବହୁ ପରିମାଣରେ ପ୍ରୋଟିନ୍‌ ଥାଏ। ଏହାସହ ବିମ୍ସରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍‌ ରହିଥାଏ। ପ୍ରୋଟିନ୍‌ ସହ ପ୍ରୋଟିନ୍‌ର ମିଶ୍ରଣ ଶରୀର ପାଇଁ ଲାଭ ଦାୟକ ହୋଇ ନଥାଏ। ଏହା ଆପଣଙ୍କ ପାଚନ ଶକ୍ତି ଉପରେ ପ୍ରଭାବ ପକାଥାଏ। ଫଳରେ ପେଟ ଫୁଲିବା ଓ ଗ୍ୟାସ୍‌ ପରି ସମସ୍ୟା ସୃଷ୍ଟି ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe