/odisha-reporter/media/post_attachments/uploads/2018/11/bvy.jpg)
bvy
ଆବଶ୍ୟକ ସାମଗ୍ରୀ:ଖାସି ମାଂସ, ଚାଉଳ ବଟା, ଅଦା ରସୁଣ ଓ ପିଆଜ ପେଷ୍ଟ୍, ତେଲ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଓ ଧନିଆ ପେଷ୍ଟ୍, ଚାଉଳ ବଟା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଛୋଟ ଛୋଟ କରି କାଟି ଦେଇ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଲଙ୍କା ଗୁଣ୍ଡ ପକାଇବା ସଙ୍ଗେ ସଙ୍ଗେ ଅଦା ରସୁଣ ଓ ପିଆଜ ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ।
ତା’ପରେ ସେଥିରେ ଜିରା ଓ ଧନିଆ ପେଷ୍ଟ୍ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଲଦୀ ପାଉଡର ସହ ମାଂସ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ମାଂସରୁ ପାଣି ବାହାରିବା ପରେ ସେଥିରେ ଆଉ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମାଂସ ସଝିଯିବା ପରେ ସେଥିରେ ଚାଉଳ ବଟା ପକାଇ ଗୋଳାଇ ଦେଇ ୫ ମିନିଟ୍ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।
ମାଂସ ଅଳ୍ପ ବହଳିଆ ହୋଇ ଆସିଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବଟା ମାଂସ ଝୋଳ। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
