Advertisment

ଚିକେନ୍‌ ବଲ୍

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍, ବ୍ରେଡ୍‌, ଅଟା, ଅଣ୍ଡା, ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍‌, ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ତେଲ,  ଅଦା  ଓ ରସୁଣ ପେଷ୍ଟ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍‌ଲେସ୍‌ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍‌, ଆବଶ୍ୟକ ଅନୁସାରେ ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ଅଦା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚିକେନ୍‌ ବଲ୍

CHICKEN BALL

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍, ବ୍ରେଡ୍‌, ଅଟା, ଅଣ୍ଡା, ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍‌, ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ତେଲ,  ଅଦା  ଓ ରସୁଣ ପେଷ୍ଟ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ବୋନ୍‌ଲେସ୍‌ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍‌, ଆବଶ୍ୟକ ଅନୁସାରେ ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ଅଦା ଓ ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ। ପରେ ତାକୁ  ଗ୍ରାଇଣ୍ତିଂ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ବ୍ରେଡକୁ ଗ୍ରାଇଣ୍ତିଂ କରି ଏକ ପାତ୍ରରେ ରଖନ୍ତୁ। ତା’ ପରେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ଭଲ ଭାବେ ଗୋଳାଇ ଦିଅନ୍ତୁ।

Advertisment

ଏବେ ଗ୍ରାଇଣ୍ତିଂ କରିଥିବା ଚିକେନକୁ ବଲ୍‌ ଆକାରରେ କରି ଗଢ଼ନ୍ତୁ। ଏହି ବଲ୍‌କୁ ଅଣ୍ଡା ଦେହରେ ବୁଡ଼ାଇ ତା’ ପରେ ତାକୁ ଅଟା ଓ ବ୍ରେଡ୍‌ ଗୁଣ୍ଡରେ ବୁଡ଼ାଇ ଛାଣନ୍ତୁ। ଏହା ଟିକେ ଲାଲ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ବଲ୍।