ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): 'ଶଙ୍କରପୋଲେ' ମହାରାଷ୍ଟ୍ର ଏକ ପାରମ୍ପାରିକ ମିଠା। ଏହା ସ୍ୱାଦରେ ହାଲକା ମିଠା ଓ କୁଡମୁଡ଼ିଆ। ଏହାକୁ ସାଧାରଣତଃ ଦୀପାବଳିରେ ପ୍ରସ୍ତୁତ କରାଯାଏ। ଏହାକୁ ତିଆରି କରିବାକୁ ଯଥେଷ୍ଟ କମ୍ ସାମଗ୍ରୀ ଓ ଖୁବ ସମୟ ମଧ୍ୟ ଲାଗିଥାଏ। ତେବେ ଦୀପାବଳିରେ ଏହି ମରାଠୀ ମିଠା 'ଶଙ୍କରପୋଲେ' ଆପଣ ନିଜ ଘରେ କେମିତି ତିଆରି କରିବେ, ତାହା ଆମେ ଆଜି ବତାଇବୁ।
ଆବଶ୍ୟକ ସାମଗ୍ରୀ: ଅଟା କିମ୍ବା ମଇଦା, ଖାଇବା ସୋଡ଼ା, ଘିଅ ଓ ଚିନି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା କିମ୍ବା ମଇଦା, ଚିନି, ଅଳ୍ପ ଘିଅ, ଖାଇବା ସୋଡ଼ାକୁ ମିଶାଇ ଗୋଳାନ୍ତୁ। ବର୍ତ୍ତମାନ ଏହାକୁ ଅଳ୍ପ ପାଣି ଦେଇ ଅଟା ଦଳିଲା ଭଳି ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଳା କରି ରୁଟି ପରି ବେଲିଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟ ଉପରେ ରଖି ଚାରିକୋଣିଆ କରି କାଟନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି ଏଗୁଡ଼ିକୁ ପକାଇ ଲାଲ୍ ହେବା ଯାଏ ଛାଣନ୍ତୁ। ଛଣା ସରିବା ପରେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ପରଷନ୍ତୁ ଗରମ ଗରମ 'ଶଙ୍କରପୋଲେ'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା
ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ ।
Food
ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା
ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।
Food
ଏଥର ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି
ଏଥର ଦୀପାବଳିରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍ କମ୍ ସାମଗ୍ରୀରେ ଓ କମ୍ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା।
Viral
ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି
ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।