Advertisment

ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମରାଠୀ ମିଠା 'ଶଙ୍କରପୋଲେ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଶଙ୍କରପୋଲେ’ ମହାରାଷ୍ଟ୍ର ଏକ ପାରମ୍ପାରିକ ମିଠା। ଏହା ସ୍ୱାଦରେ ହାଲକା ମିଠା ଓ କୁଡମୁଡ଼ିଆ। ଏହାକୁ ସାଧାରଣତଃ ଦୀପାବଳିରେ ପ୍ରସ୍ତୁତ କରାଯାଏ। ଏହାକୁ ତିଆରି କରିବାକୁ ଯଥେଷ୍ଟ କମ୍‌ ସାମଗ୍ରୀ ଓ ଖୁବ ସମୟ ମଧ୍ୟ ଲାଗିଥାଏ। ତେବେ ଦୀପାବଳିରେ ଏହି ମରାଠୀ ମିଠା ‘ଶଙ୍କରପୋଲେ’ ଆପଣ ନିଜ ଘରେ କେମିତି ତିଆରି କରିବେ, ତାହା ଆମେ ଆଜି ବତାଇବୁ। ଆବଶ୍ୟକ ସାମଗ୍ରୀ: ଅଟା କିମ୍ବା ମଇଦା, ଖାଇବା ସୋଡ଼ା, ଘିଅ ଓ ଚିନି ପ୍ରସ୍ତୁତି […]

ଅଦ୍ୟତନ ହୋଇଛି
ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମରାଠୀ ମିଠା 'ଶଙ୍କରପୋଲେ'

shankarpole

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): 'ଶଙ୍କରପୋଲେ' ମହାରାଷ୍ଟ୍ର ଏକ ପାରମ୍ପାରିକ ମିଠା। ଏହା ସ୍ୱାଦରେ ହାଲକା ମିଠା ଓ କୁଡମୁଡ଼ିଆ। ଏହାକୁ ସାଧାରଣତଃ ଦୀପାବଳିରେ ପ୍ରସ୍ତୁତ କରାଯାଏ। ଏହାକୁ ତିଆରି କରିବାକୁ ଯଥେଷ୍ଟ କମ୍‌ ସାମଗ୍ରୀ ଓ ଖୁବ ସମୟ ମଧ୍ୟ ଲାଗିଥାଏ। ତେବେ ଦୀପାବଳିରେ ଏହି ମରାଠୀ ମିଠା 'ଶଙ୍କରପୋଲେ' ଆପଣ ନିଜ ଘରେ କେମିତି ତିଆରି କରିବେ, ତାହା ଆମେ ଆଜି ବତାଇବୁ।

Advertisment

ଆବଶ୍ୟକ ସାମଗ୍ରୀ: ଅଟା କିମ୍ବା ମଇଦା, ଖାଇବା ସୋଡ଼ା, ଘିଅ ଓ ଚିନି

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା କିମ୍ବା ମଇଦା, ଚିନି, ଅଳ୍ପ ଘିଅ, ଖାଇବା ସୋଡ଼ାକୁ ମିଶାଇ ଗୋଳାନ୍ତୁ। ବର୍ତ୍ତମାନ ଏହାକୁ ଅଳ୍ପ ପାଣି ଦେଇ ଅଟା ଦଳିଲା ଭଳି ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଳା କରି ରୁଟି ପରି ବେଲିଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟ ଉପରେ ରଖି ଚାରିକୋଣିଆ କରି କାଟନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି ଏଗୁଡ଼ିକୁ ପକାଇ ଲାଲ୍‌ ହେବା ଯାଏ ଛାଣନ୍ତୁ। ଛଣା ସରିବା ପରେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ପରଷନ୍ତୁ ଗରମ ଗରମ 'ଶଙ୍କରପୋଲେ'।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe