Advertisment

ଦୀପାବଳି ସନ୍ଧ୍ୟାରେ ଚାହା ସହ ପରସନ୍ତୁ ସୁଆଦିଆ ‘ମଠରୀ’

ମଠରୀ ହେଉଛି ଉତ୍ତର ଭାରତର ପାରମ୍ପାରିକ ସ୍ନାକ୍ସ। ବିଶେଷ କରି ଦୀପାବଳିରେ ଏହାକୁ ତିଆରି କରାଯାଏ। ଭଲ ମଠରୀ ତିଆରି ହେବା ପାଇଁ ଭଲଭାବେ ଅଟା ଦଳିବା ଓ ଭଲଭାବେ ଛାଣିବା ଜରୁରୀ। ଏହାକୁ ତିଆରି କରିବା ପାଇଁ ଖୁବ୍‌ କମ୍‌ ସାମଗ୍ରୀ ଓ ଖୁବ୍‌ କମ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା ମଠରୀ କେମିତି ତିଆରି ହୁଏ। ଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଜୁଆଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ତେଲ।   ପ୍ରସ୍ତୁତି ପ୍ରଣାଳୀ: […]

author-image
Chinmayee Roy
ଅଦ୍ୟତନ ହୋଇଛି
ଦୀପାବଳି ସନ୍ଧ୍ୟାରେ ଚାହା ସହ ପରସନ୍ତୁ ସୁଆଦିଆ ‘ମଠରୀ’

mathri

ମଠରୀ ହେଉଛି ଉତ୍ତର ଭାରତର ପାରମ୍ପାରିକ ସ୍ନାକ୍ସ। ବିଶେଷ କରି ଦୀପାବଳିରେ ଏହାକୁ ତିଆରି କରାଯାଏ। ଭଲ ମଠରୀ ତିଆରି ହେବା ପାଇଁ ଭଲଭାବେ ଅଟା ଦଳିବା ଓ ଭଲଭାବେ ଛାଣିବା ଜରୁରୀ। ଏହାକୁ ତିଆରି କରିବା ପାଇଁ ଖୁବ୍‌ କମ୍‌ ସାମଗ୍ରୀ ଓ ଖୁବ୍‌ କମ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା ମଠରୀ କେମିତି ତିଆରି ହୁଏ।

Advertisment

publive-imageଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଜୁଆଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ତେଲ।  
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଇଦାରେ ସୁଜି, ଜୁଆଣି, ଗୋଲମରିଚ ଗୁଣ୍ଡ, ଲୁଣ ଓ ତେଲ ପକାଇ ମିଶାନ୍ତୁ। ଏଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ଅଟା ଦଳିବା ଭଳି ଚକଟିଦିଅନ୍ତୁ। ଚକଟି ସାରିବା ପରେ ୧୫-୨୦ ମିନିଟ୍‌ ପାଇଁ ଏହାକୁ ଘୋଡ଼ାଇ ରଖିଦିଅନ୍ତୁ। ୧୫-୨୦ ମିନିଟ୍‌ ପରେ ପୁଣିଥରେ ଏହି ମିଶ୍ରଣକୁ କିଛି ସମୟ ଚକଟନ୍ତୁ। ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାକୁ ଆପଣ ନିଜ ମନ ପସନ୍ଦର ଆକୃତି ଦେଇପାରିବେ। ଏବେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ମଧ୍ୟମ ଆଞ୍ଚରେ ଛାଣନ୍ତୁ। ଟିକେ ହଳଦିଆ ପଡି ଆସିଲେ ଏହାକୁ ପ୍ଲେଟ୍‌କୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ମଠରି। ଦୀପବଳୀରେ ଘରକୁ ଆସିଥିବା ଅତିଥିଙ୍କୁ ଚାହା ସହ ଏହାକୁ ପରସନ୍ତୁ।