Advertisment

ଦୀପାବଳିରେ ଅତିଥିଙ୍କୁ ଖୁଆନ୍ତୁ ନିଜ ହାତ ତିଆରି 'ବ୍ରେଡ୍‌ ଗୁଲାବ୍‌ ଜାମୁ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ପ୍ରାୟ ସମସ୍ତଙ୍କ ଘରକୁ ଅତିଥି ଆସନ୍ତି। ଅତିଥିଙ୍କ ପାଇଁ ଘରେ ଗହଳ ଚହଳ ଆହୁରି ବଢ଼ିଯାଏ ଓ ପରିବେଶ ଉତ୍ସବ ମୁଖର ହୋଇପଡ଼େ। ତେବେ ଏହି ମାହୋଲକୁ ଆହୁରି ମଧୁର ବନାଇବା ପାଇଁ ଅତିଥିମାନଙ୍କୁ ନିଜ ଘରେ ସ୍ନାଦିଷ୍ଟ ବ୍ରେଡ୍ ଗୁଲାବ୍‌ ଜାମୁ ତିଆରି କରି ଖୁଆନ୍ତୁ। ଏବେ ଆସନ୍ତୁ ଜାଣିବା, କେମିତି ପ୍ରସ୍ତୁତ ହୁଏ ‘ବ୍ରେଡ୍‌ ଗୁଲାବ୍‌ ଜାମୁ’। ଆବଶ୍ୟକ ସାମଗ୍ରୀ: ବ୍ରେଡ୍, କ୍ଷୀର, ଚିନି, ତେଲ, ଗୁଜୁରାତି ଗୁଣ୍ଡ, କାଜୁ […]

ଅଦ୍ୟତନ ହୋଇଛି
ଦୀପାବଳିରେ ଅତିଥିଙ୍କୁ ଖୁଆନ୍ତୁ ନିଜ ହାତ ତିଆରି 'ବ୍ରେଡ୍‌ ଗୁଲାବ୍‌ ଜାମୁ'

hhhhh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ପ୍ରାୟ ସମସ୍ତଙ୍କ ଘରକୁ ଅତିଥି ଆସନ୍ତି। ଅତିଥିଙ୍କ ପାଇଁ ଘରେ ଗହଳ ଚହଳ ଆହୁରି ବଢ଼ିଯାଏ ଓ ପରିବେଶ ଉତ୍ସବ ମୁଖର ହୋଇପଡ଼େ। ତେବେ ଏହି ମାହୋଲକୁ ଆହୁରି ମଧୁର ବନାଇବା ପାଇଁ ଅତିଥିମାନଙ୍କୁ ନିଜ ଘରେ ସ୍ନାଦିଷ୍ଟ ବ୍ରେଡ୍ ଗୁଲାବ୍‌ ଜାମୁ ତିଆରି କରି ଖୁଆନ୍ତୁ।

Advertisment

ଏବେ ଆସନ୍ତୁ ଜାଣିବା, କେମିତି ପ୍ରସ୍ତୁତ ହୁଏ 'ବ୍ରେଡ୍‌ ଗୁଲାବ୍‌ ଜାମୁ'।

ଆବଶ୍ୟକ ସାମଗ୍ରୀ: ବ୍ରେଡ୍, କ୍ଷୀର, ଚିନି, ତେଲ, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍‌ମିସ୍‌।

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ର ଚାରିକଡ଼ ମାଟିଆ ଅଂଶକୁ କାଢ଼ି ବାହାର କରିଦିଅନ୍ତୁ। ବର୍ତ୍ତମାନ ବ୍ରେଡ୍‌ର ଧଳା ଅଂଶକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ କ୍ଷୀର ମିଶାଇ ଚକଟି ଦିଅନ୍ତୁ। ଏହାକୁ ଭଲଭାବେ ଅଟା ଚକଟିବା ଭଳି ଦଳିବା ପରେ ଛୋଟ ଛୋଟ ବଲ୍‌ ଆକୃତିର କରି ଏହା ମଝିରେ ଗୋଟିଏ କାଜୁ ଓ କିସ୍‌ମିସ୍‌  ରଖିଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏହି ଛୋଟ ଛୋଟ ବଲ୍‌ଗୁଡ଼ିକୁ ଛାଣି ଦିଅନ୍ତୁ। ଏଗୁଡ଼ିକ ହାଲକା ଲାଲ୍‌ ହୋଇ ଆସିଲେ କାଢ଼ି ଦିଅନ୍ତୁ।

Advertisment

ଏବେ ସିରା ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ଚିନି  ଓ ପାଣିକୁ ଭଲ ଭାବେ ଫୁଟାନ୍ତୁ। ଏହି ଫୁଟନ୍ତା ସିରାରେ ଛଣା ହୋଇଥିବା ବ୍ରେଡ୍‌ ବଲ୍‌ଗୁଡ଼ିକୁ ପକାନ୍ତୁ। ଗୁଲାବ ଜାମୁ ଟିକେ ନରମ ହୋଇଗଲେ, ଏହାକୁ ଚୁଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ବ୍ରେଡ୍‌ ଗୁଲାବ୍‌ ଜାମୁ।

ଏହାକୁ ପ୍ଲେଟରେ କାଢ଼ି ଉପରେ ପେସ୍ତା ବାଦମ ପକାଇ ଗାର୍ନିସ କରି ଦୀପୀବଳିରେ ଘରକୁ ଆସିଥିବା ଅତିଥିଙ୍କୁ ଗରମା ଗରମ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe