ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ 'ବେସନ ବର୍ଫି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିର ମଜା ନୂଆ ଡ୍ରେସ୍‌ ପିନ୍ଧିବା ଆଉ ବାଣଫୁଟାରେ ଥାଏ। ଆଉ ଏହି ମଜାକୁ ଦୁଇଗୁଣା କରିଦିଏ ଘରେ ତିଆରି ହୋଇଥିବା ନାନା ପ୍ରକାରର ସୁଆଦିଆ ଖାଦ୍ୟ ଓ ମିଠା ସାମଗ୍ରୀ। ତେବେ ଏଥର ଦୀପାବଳିରେ ଘର ବନାନ୍ତୁ ବେସନ ବର୍ଫି। ଆସନ୍ତୁ ଜାଣବା, କେମିତି ତିଆରି କରିବେ ବେସନ ବର୍ଫି। ଆବଶ୍ୟକ ସାମଗ୍ରୀ: ବେସନ, ଘିଅ, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, କ୍ଷୀର, ଆଲମଣ୍ଡ୍‌ ଏବଂ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ […]

besan

besan

Chinmayee Roy
  • Published: Thursday, 25 October 2018
  • Updated: 31 October 2018, 03:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିର ମଜା ନୂଆ ଡ୍ରେସ୍‌ ପିନ୍ଧିବା ଆଉ ବାଣଫୁଟାରେ ଥାଏ। ଆଉ ଏହି ମଜାକୁ ଦୁଇଗୁଣା କରିଦିଏ ଘରେ ତିଆରି ହୋଇଥିବା ନାନା ପ୍ରକାରର ସୁଆଦିଆ ଖାଦ୍ୟ ଓ ମିଠା ସାମଗ୍ରୀ। ତେବେ ଏଥର ଦୀପାବଳିରେ ଘର ବନାନ୍ତୁ ବେସନ ବର୍ଫି।

ଆସନ୍ତୁ ଜାଣବା, କେମିତି ତିଆରି କରିବେ ବେସନ ବର୍ଫି।

ଆବଶ୍ୟକ ସାମଗ୍ରୀ: ବେସନ, ଘିଅ, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, କ୍ଷୀର, ଆଲମଣ୍ଡ୍‌ ଏବଂ ପେସ୍ତା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ଘିଅ ପକାଇ ଗରମ କରନ୍ତୁ। ଏଥିରେ ବେସନ ଓ ସୁଜି ପକାଇ କିଛି ସମୟ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏହାର ରଙ୍ଗ ବଦଳି ଏଥିରୁ ହାଲକା ବାସ୍ନା ଆସିଲେ, ଏଥିରେ କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏସବୁ ଭଲଭାବେ ମିଶିଗଲେ ଓ ଟିକେ ଶୁଖିଲା ହୋଇଆସିଲେ, ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟ୍‌ରେ ବାହାର କରି ଏହାକୁ ଖେଳାଇ ରଖନ୍ତୁ। ଏହା ଉପରେ ପିସ୍ତା ଓ ଆଲମଣ୍ଡ୍‌ ଦେଇ ସଜାନ୍ତୁ। ଏହି ପ୍ଲେଟ୍‌କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ନିଜ ପସନ୍ଦର ଆକୃତିରେ କାଟି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ବେସନ ବର୍ଫି । ନିଜେ ଖାଆନ୍ତୁ ଓ ଦୀପାବଳିର ଅତିଥିଙ୍କୁ ଖୁଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos