Advertisment

କଞ୍ଚା ଇଲିସି ମାଛ ବେସର

ଆବଶ୍ୟକ ସାମଗ୍ରୀ ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କ।, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ। କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ […]

author-image
Tapaswini Nayak
ଅଦ୍ୟତନ ହୋଇଛି
କଞ୍ଚା ଇଲିସି ମାଛ ବେସର

hilsha

ଆବଶ୍ୟକ ସାମଗ୍ରୀ
ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କ।, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର।

Advertisment

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।

କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ।  ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।

Advertisment

ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।

ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ବେସର।