Advertisment

ଆଜି ହିଁ ତିଆରି କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’- The recipe of Muga pakoda

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ଷା ଦିନେ ପକୋଡ଼ା ଖାଇବାର ମଜା ନିଆରା। ତେବେ ଆପଣ କେବେ ମୁଗ ପକୋଡ଼ା ଖାଇଛନ୍ତି କି ? ଯଦି ନୁହେଁ, ତେବେ ଆଜି ନିଜେ ହିଁ ଘରେ ଗରମାଗରମ୍‌ ମୁଗ ପକୋଡ଼ା ତିଆରି କରନ୍ତୁ। ଆବଶ୍ୟକ ସାମଗ୍ରୀ: ମୁଗ ଡାଲି ହେଙ୍ଗୁ ମୂଳା ରିଫାଇନ୍‌ ତେଲ ଦହି କଞ୍ଚାଲଙ୍କା ପୋଦିନାପତ୍ର ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ୧ ଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ତା’ପରେ ଏହାକୁ ଭଲ ଭାବେ […]

ଅଦ୍ୟତନ ହୋଇଛି
ଆଜି ହିଁ ତିଆରି କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’- The recipe of Muga pakoda

food-image

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ଷା ଦିନେ ପକୋଡ଼ା ଖାଇବାର ମଜା ନିଆରା। ତେବେ ଆପଣ କେବେ ମୁଗ ପକୋଡ଼ା ଖାଇଛନ୍ତି କି ? ଯଦି ନୁହେଁ, ତେବେ ଆଜି ନିଜେ ହିଁ ଘରେ ଗରମାଗରମ୍‌ ମୁଗ ପକୋଡ଼ା ତିଆରି କରନ୍ତୁ।

Advertisment

ଆବଶ୍ୟକ ସାମଗ୍ରୀ:

  • ମୁଗ ଡାଲି
  • ହେଙ୍ଗୁ
  • ମୂଳା
  • ରିଫାଇନ୍‌ ତେଲ
  • ଦହି
  • କଞ୍ଚାଲଙ୍କା
  • ପୋଦିନାପତ୍ର
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମୁଗ ଡାଲିକୁ ୧ ଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ତା’ପରେ ଏହାକୁ ଭଲ ଭାବେ ଧୋଇ ଚିକ୍କଣ କରି ବାଟି ଦିଅନ୍ତୁ । ଏଥିରେ ଅଳ୍ପ ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲ କରି ଗୋଳାଇ ରଖି ଦିଅନ୍ତୁ । କିଛି ସମୟ ପରେ ସେହି ମିଶ୍ରଣକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମୁଗ ପକୋଡ଼ା।

ଏବେ ଖାଇବାବେଳେ ଏହାର ସ୍ୱାଦ ବଢ଼ାଇବା ପାଇଁ ଏକ ଚଟଣୀ ପ୍ରସ୍ତୁତ କରିବା। ପ୍ରଥମେ ଦହି, କଞ୍ଚାଲଙ୍କା, ପୋଦିନା ପତ୍ରରେ ଲୁଣ ମିଶାଇ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ସେହି ମିଶ୍ରଣରେ ମୂଳାକୁ ଛୋଟ ଛୋଟ କରି କାଟିବା ପରେ ମିଶାଇ ଦିଅନ୍ତୁ। ଏବେ ମୁଗ ପକୋଡ଼ା ସହ ମୂଳା ଚଟଣି ମିଶାଇ ଖାଆନ୍ତୁ ଏବଂ ଅନ୍ୟଙ୍କୁ ଖୁଆନ୍ତୁ। 

Advertisment
Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe