Advertisment

ଆଳୁ ମଞ୍ଚୁରିଆନ୍

ଆବଶ୍ୟକ ସାମଗ୍ରୀ:  ସିଝା ଆଳୁ, ମଇଦା, କର୍ଣ୍ଣଫ୍ଲୋର, ଅଦା ଓ ରସୁଣ ପେଷ୍ଟ,  କଟା କଞ୍ଚା ଲଙ୍କା, କଟା ରସୁଣ, କଟା ପିଆଜ, କଟା କ୍ୟାପସିକମ୍, ଲଙ୍କା ଗୁଣ୍ଡ, ଟମାଟୋ ସସ୍, ସୋୟା ସସ୍, ଚିଲି ସସ୍, ଭିନେଗାର, ଗୋଲ ମରିଚ ଗୁଣ୍ଡ, ଲୁଣ, ଗରମ ମସଲା ,ତେଲ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସିଝାଇବେ ନାହିଁ। ଆଳୁ ସିଝି ଗଲା ପରେ ଚୋପା ଛଡ଼ାଇ ଦେଇ ତାକୁ ପିସ୍‌ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆଳୁ ମଞ୍ଚୁରିଆନ୍

Alu Manchurian

ଆବଶ୍ୟକ ସାମଗ୍ରୀ:  ସିଝା ଆଳୁ, ମଇଦା, କର୍ଣ୍ଣଫ୍ଲୋର, ଅଦା ଓ ରସୁଣ ପେଷ୍ଟ,  କଟା କଞ୍ଚା ଲଙ୍କା, କଟା ରସୁଣ, କଟା ପିଆଜ, କଟା କ୍ୟାପସିକମ୍, ଲଙ୍କା ଗୁଣ୍ଡ, ଟମାଟୋ ସସ୍, ସୋୟା ସସ୍, ଚିଲି ସସ୍, ଭିନେଗାର, ଗୋଲ ମରିଚ ଗୁଣ୍ଡ, ଲୁଣ, ଗରମ ମସଲା ,ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସିଝାଇବେ ନାହିଁ। ଆଳୁ ସିଝି ଗଲା ପରେ ଚୋପା ଛଡ଼ାଇ ଦେଇ ତାକୁ ପିସ୍‌ ପିସ୍ କରି କାଟି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, ଲୁଣ, ଲଙ୍କା ଗୁଣ୍ଡ, କଲର ପାଉଡର, ଅଦା ରସୁଣ ପେଷ୍ଟ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବହଳିଆ ମିଶ୍ରଣରେ କାଟି ରଖିଥିବା ଆଳୁକୁ ପକାଇ ଦିଅନ୍ତୁ।

ପରେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ମସଲା ଗୋଳା ଆଳୁକୁ ପକାଇ ଛାଣନ୍ତୁ। ଆଳୁଟି ଛାଣି ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ପରେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ରସୁଣ, ପିଆଜ, କ୍ୟାପ୍‌ସିକମ୍‌ ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ମସଲାଟି ଭାଜି ହେବା ପରେ ସେଥିରେ ସୋୟା ସସ୍, ଚିଲି ସସ୍, ଟମାଟୋ ସସ୍ ଓ ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ।  ତା’ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ  ଓ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ।  ପରେ ଛାଣି ରଖିଥିବା ଆଳୁକୁ ପକାଇ  ଗୋଳାଇ ଦିଅନ୍ତୁ।  କିଛି ସମୟ ପରେ ସେଥିରେ ଗରମ ମସଲା ପକାଇ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ମଞ୍ଚୁରିଆନ୍।