Advertisment

ଚଟପଟା ବ୍ରେଡ୍ ମସଲା

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ପିଆଜ, ଅଦା, ଧନିଆ ପତ୍ର, କଞ୍ଚାଲଙ୍କା, ଟମାଟୋ , ଜିରା, ଆମଚୁର ପାଉଡର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବ୍ରେଡ୍‌ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ। ପରେ ତାକୁ କରେଇରେ ପକାଇ ଫ୍ରାଏ କରି ଦିଅନ୍ତୁ। ଏହାପରେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା, ରସୁଣ ଓ ଟମାଟୋକୁ ଏକାଠି ବାଟିଦିଅନ୍ତୁ। କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚଟପଟା ବ୍ରେଡ୍ ମସଲା

bread masala

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ପିଆଜ, ଅଦା, ଧନିଆ ପତ୍ର, କଞ୍ଚାଲଙ୍କା, ଟମାଟୋ , ଜିରା, ଆମଚୁର ପାଉଡର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବ୍ରେଡ୍‌ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ। ପରେ ତାକୁ କରେଇରେ ପକାଇ ଫ୍ରାଏ କରି ଦିଅନ୍ତୁ। ଏହାପରେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା, ରସୁଣ ଓ ଟମାଟୋକୁ ଏକାଠି ବାଟିଦିଅନ୍ତୁ। କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା ପକାନ୍ତୁ। ପରେ ମସଲାବଟାକୁ ପକାଇ ଭଲଭାବେ କଷି ଦିଅନ୍ତୁ।

ମସଲା ଭଲଭାବେ କଷି ହୋଇଗଲେ ଅଳ୍ପ ପାଣି ଦେଇ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଆମଚୁର ପାଉଡର ମିଶାଇ ପୁଣି ଆଉଥରେ ଭଲଭାବେ କଷିଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ। ଏହାପରେ କାଟି ରଖିଥିବା ବ୍ରେଡ୍‌ଖଣ୍ଡ ଗୁଡ଼ିକୁ ମସଲାରେ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍‌ ମସଲା’। ଏହାକୁ ଏକ ପ୍ଲେଟରେ କାଢ଼ି ତା’ ଉପରେ କଟା ଧନିଆ ପତ୍ର ଓ କଟା ପିଆଜ ପକାଇ ଗରମ ଗରମ ପରଷନ୍ତୁ।

Advertisment