ଆବଶ୍ୟକ ସାମଗ୍ରୀ: ଚାଉଳ, କଞ୍ଚା ଲଙ୍କା, ଅଦା, ତେଲ, ଲୁଣ, ଜୁଆଣି, ବିରି, ଖାଇବା ସୋଢ଼ା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ କିଛି ସମୟ ଭିଜାଇ ରଖି ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ। ପରେ ଗ୍ରାଇଣ୍ଡିଂ କରିଥିବା ବିରିକୁ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭେଣ୍ଟୁନ୍ତୁ। ପରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ସହ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଦିଅନ୍ତୁ।
ପରେ ତାକୁ ବାହାରକୁ ଆଣି ସେଥିରେ କଞ୍ଚା ଲଙ୍କା ଓ ଅଦା ଛେଚା, ଜୁଆଣି, ଅଳ୍ପ ଖାଇବା ସୋଢ଼ା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଗୋଳାଇ ରଖିଥିବା ମିଶ୍ରଣକୁ ବରା ଆକାରରେ ଛାଣନ୍ତୁ। ଏହା ହୋଇଗଲା ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାକୁ ଟମାଟୋ ଚଟଣି ଓ ତେନ୍ତୁଣି ଚଟଣି ସହ ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବରା