Advertisment

ଛେନା ଝିଲି

ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ ପ୍ରସ୍ତତି ପ୍ରଣାଳୀ: ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ତାପରେ ବଜାରରୁ  ୫୦୦ ଗ୍ରାମ ଛେନା ଆଣନ୍ତୁ। ତାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ। ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ […]

ଅଦ୍ୟତନ ହୋଇଛି
ଛେନା ଝିଲି

chhena jhili

Advertisment

ଆବଶ୍ୟକ ସାମଗ୍ରୀ:ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ

ପ୍ରସ୍ତତି ପ୍ରଣାଳୀ:ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ତାପରେ ବଜାରରୁ  ୫୦୦ ଗ୍ରାମ ଛେନା ଆଣନ୍ତୁ। ତାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ। ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।

Advertisment

ତାପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଛେନା ଝିଲିର ରଙ୍ଗ ବାଦାମୀ ହେଲା ପର୍ଯ୍ୟନ୍ତ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି  ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଝିଲି।

ଯଦି ଅଧିକ ଛେନାରେ ଛେନା ଝିଲି ତିଆରି କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ସେହି  ଅନୁପାତରେ ସୁଜି, ମଇଦା  ଓ ଚିନି ନେଇ ତିଆରି କରିବେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe