Advertisment

ଚିକେନ ଲଲିପପ୍‌

ଆବଶ୍ୟକ ସାମଗ୍ରୀ: ଚିକେନ, ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, କର୍ଣ୍ଣ ଫ୍ଲୋର, କଞ୍ଚା ଅଣ୍ଡା, ଲୁଣ, କଟା ରସୁଣ, ଅଦା ଓ  କଞ୍ଚା ଲଙ୍କା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍,  ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, କର୍ଣ୍ଣ ଫ୍ଲୋର, ଏକ କଞ୍ଚା ଅଣ୍ଡା ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚିକେନ ଲଲିପପ୍‌

Chicken lollipop

ଆବଶ୍ୟକ ସାମଗ୍ରୀ:ଚିକେନ, ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, କର୍ଣ୍ଣ ଫ୍ଲୋର, କଞ୍ଚା ଅଣ୍ଡା, ଲୁଣ, କଟା ରସୁଣ, ଅଦା ଓ  କଞ୍ଚା ଲଙ୍କା

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍,  ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, କର୍ଣ୍ଣ ଫ୍ଲୋର, ଏକ କଞ୍ଚା ଅଣ୍ଡା ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ ମ୍ୟାରିନେଟ୍‌ ପାଇଁ ଛାଡି ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ଚିକେନକୁ ପକାଇ ଛାଣନ୍ତୁ।  ଚିକେନର ରଙ୍ଗ ଲାଲ ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ରସୁଣ, ଅଦା ଓ କଞ୍ଚା ଲଙ୍କା ପକାଇ ଗୋଳାଇ କିଛି ସମୟ ଭାଜନ୍ତୁ।  ପରେ ଟମାଟୋ ସସ୍‌, ଚିଲି ସ୍‌ସ୍ ଓ  ସୋୟା ସସ୍‌ ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ। ତା’ ପରେ ଛଣା ହୋଇଥିବା ଚିକେନକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଲଲିପପ୍‌।

Advertisment