Advertisment

କଙ୍କଡ଼ା ନଡ଼ିଆ ରସା

ଆବଶ୍ୟକ ସାମଗ୍ରୀ:  କଙ୍କଡ଼ା, କଟା ପିଆଜ, କଟା କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଟମାଟୋ, ନଡ଼ିଆ ରସ, ସୋରିଷ ତେଲ, ଲୁଣ, ଗୋଟା ଗରମ ମସଲା,ଧନିଆ ପତ୍ର, ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ବନାଇ ଦିଅନ୍ତୁ। ସେଥିରେ  ଲୁଣ ଓ ହଳଦି ପକାଇ ଗୋଳାଇ ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ ପାତ୍ରରେ […]

author-image
Tapaswini Nayak
କଙ୍କଡ଼ା ନଡ଼ିଆ ରସା

cocunut-crab-curry

ଆବଶ୍ୟକ ସାମଗ୍ରୀ:  କଙ୍କଡ଼ା, କଟା ପିଆଜ, କଟା କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଟମାଟୋ, ନଡ଼ିଆ ରସ, ସୋରିଷ ତେଲ, ଲୁଣ, ଗୋଟା ଗରମ ମସଲା,ଧନିଆ ପତ୍ର, ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ବନାଇ ଦିଅନ୍ତୁ। ସେଥିରେ  ଲୁଣ ଓ ହଳଦି ପକାଇ ଗୋଳାଇ ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା କଙ୍କଡ଼ାକୁ ଭାଜନ୍ତୁ।

ଏହା ଭାଜି  ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଗୋଲମରିଚ, ଜିରା, ପାନମଧୁରୀ ପକାଇ ଦିଅନ୍ତୁ। ପରେ ସେଥିରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଭାଜି ହେଲା ପରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ମସଲାକୁ କଷନ୍ତୁ। ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦି ପକାଇ ମସଲାକୁ ଭଲ ଭାବରେ କଷନ୍ତୁ। ମସଲା କଷି ହେବା ପରେ ନଡ଼ିଆ ରସକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପରେ ଭାଜି ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଦେଇ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ  ୩ରୁ୪ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ଣୀ ଢ଼ାଙ୍କି ଦିଅନ୍ତୁ।  ପରେ ଗ୍ୟାସ ଆଞ୍ଚକୁ ବନ୍ଦ  କରି ଦିଅନ୍ତୁ।  ତା’ ଉପରେ ଧନିଆ ପତ୍ର ଓ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ନଡ଼ିଆ ରସା ।

Advertisment