Advertisment

ଦହି ଭଲ୍ଲା

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ବ୍ରେଡ୍‌, ଦହି, ପୁଦିନା, ଧନିଆପତ୍ର, ଲଙ୍କା, ଜିରା ଗୁଣ୍ଡ, ତେନ୍ତୁଳି ଭୁଜିଆ ଓ ବ୍ଲାକ୍ ସଲ୍ଟ  ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ  ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍‌ ( ପାଉଁରୁଟି) ଆଣି ତାର ସାଇଟ୍‌ ଅଂଶ ଗୁଡ଼ିକ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଦହି ଭଲ୍ଲା

Dahi Bhalla

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ବ୍ରେଡ୍‌, ଦହି, ପୁଦିନା, ଧନିଆପତ୍ର, ଲଙ୍କା, ଜିରା ଗୁଣ୍ଡ, ତେନ୍ତୁଳି ଭୁଜିଆ ଓ ବ୍ଲାକ୍ ସଲ୍ଟ 

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ  ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍‌ ( ପାଉଁରୁଟି) ଆଣି ତାର ସାଇଟ୍‌ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ। ପରେ ତାକୁ ପାଣିରେ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ।

ଏହାପରେ ବ୍ରେଡରୁ ପାଣିକୁ ବାହାର କରି ଦେଇ ଆଳୁ ସିଝାରେ ଚକଟି ଦିଅନ୍ତୁ। ତାକୁ ଗୋଲ ଗୋଲ କରି ବରା ଭଳି  ତିଆରି କରି ଏକ ପାତ୍ରରେ ରଖନ୍ତୁ। ତା’ ଉପରେ ଅଧିକ କରି ଦହି ପକାଇ ଦିଅନ୍ତୁ। ତା’ପରେ ସେଥିରେ ପୁଦିନା ଓ ଧନିଆପତ୍ରରେ ତିଆରି ହୋଇଥିବା ଚଟଣି, ତେନ୍ତୁଳି ଚଟଣି ଓ ଲଙ୍କା ଓ ଜିରା ଗୁଣ୍ଡ  ଓ ବ୍ଲାକ୍ ସଲ୍ଟ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଭଲ୍ଲା।

Advertisment