888888888888888
ଆବଶ୍ୟକ ସାମଗ୍ରୀ: ଅଣ୍ଡା, ସୋରିଷ ବଟା, ଅଦା ବଟା, ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଅଦା, କଟା ପିଆଜ, କଟା ଟମାଟୋ, ଜିରା ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝି ଗଲାପରେ ସେଥିରୁ ଚୋପା ଛଡାଇ ଏକ ପାତ୍ରରେ ରଖନ୍ତୁ। ପରେ ସିଝା ଅଣ୍ଡାର ଦୁଇ ପଟକୁ ଛୁରୀରେ ଅଳ୍ପ କାଟି ଦିଅନ୍ତୁ । ଏବେ ଏହି କଟା ଅଣ୍ଡାରେ ସୋରିଷ ବଟା, ଅଦା ବଟା, ରସୁଣ ବଟା, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ସେଥିରେ କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଅଦା, କଟା ପିଆଜ, କଟା ଟମାଟୋ, ଜିରା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ପୁଣି ଗୋଳାଇ ଦିଅନ୍ତୁ।
ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମସଲା ଗୋଳା ଅଣ୍ଡା ରଖି ତା’ଉପରେ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ଏହାକୁ ଗ୍ୟାସ ଆଞ୍ଚରେ ବସାନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ବେସର ଚମ୍ ଚମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/888888888888888.jpg)