ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଖାସି ମାଂସ, ଅଦା, ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ରିଫାଇନ ତେଲ, କଟା ପିଆଜ, ହଳଦୀଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଲଙ୍କାକୁ ଦୁଇ ଫାଳ କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ। ପରେ ଖାସି ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ମାଂସରେ ଅଦା,ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, କଟା ହୋଇଥିବା କଞ୍ଚା ଲଙ୍କା ଓ ରିଫାଇନ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ। ପିଆଜ ଭାଜିଗଲା ପରେ ମସଲା ଗୋଳା ମାଂସକୁ ସେଥିରେ ପକାଇ ଭଲ ଭାବରେ କଷନ୍ତୁ। କିଛି ସମୟ କଷିବା ପରେ ତାକୁ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ ପରେ ଘୋଡଣୀ କାଢ଼ି ତାକୁ ଗୋଳାଇ ଦିଅନ୍ତୁ। ପୁଣି ତାକୁ ଘୋଡ଼େଇ ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଜାଲଙ୍କା ମଟନ କଷା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...