Advertisment

କଞ୍ଚା ଲଙ୍କା ମଟନ କଷା

ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଖାସି ମାଂସ, ଅଦା, ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ରିଫାଇନ  ତେଲ, କଟା ପିଆଜ, ହଳଦୀଗୁଣ୍ଡ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଲଙ୍କାକୁ ଦୁଇ ଫାଳ କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ। ପରେ ଖାସି ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ମାଂସରେ  ଅଦା,ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ,  ହଳଦୀଗୁଣ୍ଡ, କଟା ହୋଇଥିବା କଞ୍ଚା ଲଙ୍କା ଓ ରିଫାଇନ […]

କଞ୍ଚା ଲଙ୍କା ମଟନ କଷା

Green-Chilly-Mutton

Advertisment

ଆବଶ୍ୟକସାମଗ୍ରୀ: କଞ୍ଚା ଲଙ୍କା, ଖାସି ମାଂସ, ଅଦା, ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ରିଫାଇନ  ତେଲ, କଟା ପିଆଜ, ହଳଦୀଗୁଣ୍ଡ ।

Advertisment

ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ କଞ୍ଚା ଲଙ୍କାକୁ ଦୁଇ ଫାଳ କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ। ପରେ ଖାସି ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ମାଂସରେ  ଅଦା,ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ,  ହଳଦୀଗୁଣ୍ଡ, କଟା ହୋଇଥିବା କଞ୍ଚା ଲଙ୍କା ଓ ରିଫାଇନ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ।  ପିଆଜ ଭାଜିଗଲା ପରେ ମସଲା ଗୋଳା ମାଂସକୁ ସେଥିରେ ପକାଇ ଭଲ ଭାବରେ କଷନ୍ତୁ। କିଛି ସମୟ କଷିବା ପରେ ତାକୁ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ ପରେ ଘୋଡଣୀ କାଢ଼ି ତାକୁ ଗୋଳାଇ ଦିଅନ୍ତୁ।  ପୁଣି ତାକୁ ଘୋଡ଼େଇ ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଜାଲଙ୍କା ମଟନ କଷା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe