Advertisment

ବାମ୍ପ ଦହି ଛତୁ

ଆବଶ୍ୟକ ସାମଗ୍ରୀ: ପାଳ ଛତୁ, କଟା ପିଆଜ, ଜିରା-ସୋରିଷ-ଅଦା-ରସୁଣ ବଟା, କଞ୍ଚା ଲଙ୍କା, ଲୁଣ, ରିଫାଇନ୍ ତେଲ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ବସା ଦହି ଓ ଆମ୍ବୁଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ହଳଦି କିଛି ସମୟ ଭିଜାଇ ରଖନ୍ତୁ । ପରେ ଛତୁକୁ ପାଣିରୁ ଚିପୁଡ଼ି ଏକ ପ୍ଲେଟ୍‌ରେ ରଖନ୍ତୁ । ଏବେ କଡ଼େଇରେ ତେଲ […]

ଅଦ୍ୟତନ ହୋଇଛି
ବାମ୍ପ ଦହି ଛତୁ

mushroom masala

Advertisment

ଆବଶ୍ୟକ ସାମଗ୍ରୀ: ପାଳ ଛତୁ, କଟା ପିଆଜ, ଜିରା-ସୋରିଷ-ଅଦା-ରସୁଣ ବଟା, କଞ୍ଚା ଲଙ୍କା, ଲୁଣ, ରିଫାଇନ୍ ତେଲ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ବସା ଦହି ଓ ଆମ୍ବୁଲ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ହଳଦି କିଛି ସମୟ ଭିଜାଇ ରଖନ୍ତୁ । ପରେ ଛତୁକୁ ପାଣିରୁ ଚିପୁଡ଼ି ଏକ ପ୍ଲେଟ୍‌ରେ ରଖନ୍ତୁ ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ କଟା ପିଆଜକୁ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଲାଲ୍ ହୋଇ ଆସିଲେ ସେଥିରେ ଛତୁକୁ ପକାଇ ଭାଜନ୍ତୁ । ଛତୁ ଅଳ୍ପ ଭାଜି ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି  ଦିଅନ୍ତୁ।  ସେଥିରେ ଆବଶ୍ୟକ ଅନୁସାରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା-ସୋରିଷ-ଅଦା-ରସୁଣ ବଟା ଓ ଆମ୍ବୁଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ମସଲା ଗୋଳା ଛତୁକୁ ଏକ ଟିଫିନରେ ରଖି ଇଟିଲି ଛାଞ୍ଚରେ ରଖି ଗ୍ୟାସରେ ବସାଇ ଦିଅନ୍ତୁ। ଏହାକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ଇଟିଲି ଛାଞ୍ଚରେ ବସାଇ ଦିଅନ୍ତୁ। ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।

Advertisment

ଥଣ୍ଡା ହୋଇଗଲା ପରେ ଟିଫିନଟିକୁ ବାହାରକୁ କାଢି ଦିଅନ୍ତୁ। ସେଥିରେ ଥିବା ଛତୁକୁ ଏକ ପ୍ଲେଟ୍‌କୁ  କାଢ଼ି  କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବାମ୍ପ ଦହି ଛତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe