ମଟନ ବୋଟି

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ମଟନ, ତେଜପତ୍ର, ଗୋଟା ଡାଲଚିନି, ଲବଙ୍ଗ, ଗୁଜୁରାତି, ଜାଇତ୍ରି, ଗୋଟା ଅଳେଇ, କଟା ପିଆଜ, ଛେଚା ରସୁଣ,  ଲୁଣ, ହଳଦୀ, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଟମାଟୋ ପ୍ୟୁରି, ଧନିଆପତ୍ର, ଅଦା-ରସୁଣ ପେଷ୍ଟ ଓ ଗରମ ମସଲା ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନ୍‌ଲେସ୍‌ ମଟନ୍‌ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ କରେଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଗୋଟା ଡାଲଚିନି, […]

Mutton Boti

Tapaswini Nayak
  • Published: Wednesday, 29 December 2021
  • , Updated: 29 December 2021, 02:35 PM IST

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ମଟନ, ତେଜପତ୍ର, ଗୋଟା ଡାଲଚିନି, ଲବଙ୍ଗ, ଗୁଜୁରାତି, ଜାଇତ୍ରି, ଗୋଟା ଅଳେଇ, କଟା ପିଆଜ, ଛେଚା ରସୁଣ,  ଲୁଣ, ହଳଦୀ, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଟମାଟୋ ପ୍ୟୁରି, ଧନିଆପତ୍ର, ଅଦା-ରସୁଣ ପେଷ୍ଟ ଓ ଗରମ ମସଲା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନ୍‌ଲେସ୍‌ ମଟନ୍‌ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ କରେଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଗୋଟା ଡାଲଚିନି, ଲବଙ୍ଗ, ଗୁଜୁରାତି, ଜାଇତ୍ରି ଓ ଗୋଟା ଅଳେଇ ପକାନ୍ତୁ। ପରେ ସେଥିରେ କିଛି ଛେଚା ରସୁଣ ପକାଇ ଗୋଳାଇ ଦିଅନ୍ତୁ।

ଏହାପରେ ସେଥିରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜ ଲାଲ୍ ହୋଇଗଲା ପରେ ସେଥିରେ ବୋନ୍‌ଲେସ୍‌ ମଟନ, ଲୁଣ  ଓ ହଳଦୀ ପକାଇ କିଛି ସମୟ ପାଇଁ କଷନ୍ତୁ। ମାଂସ ଅଳ୍ପ କଷି ହେବା ପରେ ସେଥିରେ ଅଦାରସୁଣ ପେଷ୍ଟ ପକାନ୍ତୁ। ପରେ ଲଙ୍କା ପାଉଡର, ଧନିଆ ପାଉଡର ଓ ଜିରା ପାଉଡର  ଓ ଟମାଟୋ ପ୍ୟୁରି ପକାଇ ମାଂସକୁ ଭଲ ଭାବରେ କଷନ୍ତୁ।

କଷିବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣି ଢାଙ୍କି ଦିଅନ୍ତୁ।  ଅଧଘଣ୍ଟା ପରେ ଢ଼ାଙ୍କୁଣିକୁ କାଢ଼ି ଦିଅନ୍ତୁ। ସେଥିରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ବୋଟି।

Related story