ଆବଶ୍ୟକ ସାମଗ୍ରୀ: ବେସନ, ନଡ଼ିଆ କୋରା ,ଗୁଆ ଘିଅ, ସୁଜି, କ୍ଷୀର, ଚିନି, କିସମିସ୍, ଆଲମଣ୍ଡ ,ପିସ୍ତା, ଗୁଜୁରାତି ଗୁଣ୍ଡ
ପ୍ରସ୍ତତି ପ୍ରଣାଳୀ: ପ୍ରଥମେ କରେଇରେ ଅଳ୍ପ ଗୁଆ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ବେସନ ଓ ସୁଜିକୁ ପକାନ୍ତୁ । ଏହାପରେ ସେଥିରେ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜନ୍ତୁ। ଏହାର ରଙ୍ଗ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଟିକେ ଶୁଖିଲା ହେବା ପର୍ଯ୍ୟନ୍ତ ମିଶ୍ରଣକୁ ଭଲଭାବେ ଜନ୍ତନ୍ତୁ। ଜନ୍ତୁଣି ହେବା ପରେ ଏକ ପ୍ଲେଟକୁ କାଢି ଖେଳାଇ ରଖନ୍ତୁ। ଏହାପରେ ସେଥିରେ ପିସ୍ତା,କିସମିସ୍,ବାଦାମକୁ ଛୋଟ ଛୋଟ କାଟି ମିଶ୍ରଣ ଉପରେ ପକାଇ ସଜାନ୍ତୁ ।ଏହାପରେ ବେସନ ଓ ନଡିଆର ମିଶ୍ରଣକୁ ଫ୍ରିଜ୍ ରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।ଏହାପରେ ମିଶ୍ରଣକୁ ପ୍ଲେଟକୁ କାଢି ବର୍ଫି ଆକାରର ସେପ୍ ଦେଇ ଏହାକୁ କାଟି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ନଡିଆ ବେସନ ବର୍ଫି’ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...