Nadia Barfi
ଆବଶ୍ୟକ ସାମଗ୍ରୀ: ବେସନ, ନଡ଼ିଆ କୋରା ,ଗୁଆ ଘିଅ, ସୁଜି, କ୍ଷୀର, ଚିନି, କିସମିସ୍, ଆଲମଣ୍ଡ ,ପିସ୍ତା, ଗୁଜୁରାତି ଗୁଣ୍ଡ
ପ୍ରସ୍ତତିପ୍ରଣାଳୀ:ପ୍ରଥମେ କରେଇରେ ଅଳ୍ପ ଗୁଆ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ବେସନ ଓ ସୁଜିକୁ ପକାନ୍ତୁ । ଏହାପରେ ସେଥିରେ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜନ୍ତୁ। ଏହାର ରଙ୍ଗ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଟିକେ ଶୁଖିଲା ହେବା ପର୍ଯ୍ୟନ୍ତ ମିଶ୍ରଣକୁ ଭଲଭାବେ ଜନ୍ତନ୍ତୁ। ଜନ୍ତୁଣି ହେବା ପରେ ଏକ ପ୍ଲେଟକୁ କାଢି ଖେଳାଇ ରଖନ୍ତୁ। ଏହାପରେ ସେଥିରେ ପିସ୍ତା,କିସମିସ୍,ବାଦାମକୁ ଛୋଟ ଛୋଟ କାଟି ମିଶ୍ରଣ ଉପରେ ପକାଇ ସଜାନ୍ତୁ ।ଏହାପରେ ବେସନ ଓ ନଡିଆର ମିଶ୍ରଣକୁ ଫ୍ରିଜ୍ ରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।ଏହାପରେ ମିଶ୍ରଣକୁ ପ୍ଲେଟକୁ କାଢି ବର୍ଫି ଆକାରର ସେପ୍ ଦେଇ ଏହାକୁ କାଟି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ନଡିଆ ବେସନ ବର୍ଫି’ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/Untitled-1-17.jpg)