/odisha-reporter/media/post_attachments/uploads/2021/12/Untitled-1-4.jpg)
peda
ଆବଶ୍ୟକ ସାମଗ୍ରୀ:କ୍ଷୀର, କେଶର, ଚିନି, ସାଇଟ୍ରିକ ଏସିଡ୍, ମିଲ୍କ ପାଉଡର, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।
Advertisment
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ କରେଇ ବସାଇ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲା ପରେ ସେଥିରେ କେଶର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମିଲ୍କ ପାଉଡର ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି ମିଶ୍ରଣ କିଛି ସମୟ ଯାଏଁ ଫୁଟାନ୍ତୁ । ମିଶ୍ରଣ ଫୁଟିଯିବା ପରେ ଏଥିରେ ଚିନି ଓ ଗୁଜୁରାତି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ । ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
Advertisment
ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ମିଶ୍ରଣଟି ଥଣ୍ଡା ହୋଇଯିବା ପରେ ଗୋଲ ଗୋଲ କରି ପେଡ଼ା ଆକୃତିରେ ବନାନ୍ତୁ। ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପେଡ଼ା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
