Advertisment

ମାଣବସା ଗୁରୁବାରରେ ଘରେ ବନାନ୍ତୁ ପେଡ଼ା

ଆବଶ୍ୟକ ସାମଗ୍ରୀ: କ୍ଷୀର, କେଶର, ଚିନି, ସାଇଟ୍ରିକ ଏସିଡ୍, ମିଲ୍‌କ ପାଉଡର, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା। ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଗ୍ୟାସରେ କରେଇ ବସାଇ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲା ପରେ ସେଥିରେ କେଶର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍‌ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମିଲ୍‌କ ପାଉଡର ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି […]

ମାଣବସା ଗୁରୁବାରରେ ଘରେ ବନାନ୍ତୁ ପେଡ଼ା

peda

Advertisment

ଆବଶ୍ୟକ ସାମଗ୍ରୀ:କ୍ଷୀର, କେଶର, ଚିନି, ସାଇଟ୍ରିକ ଏସିଡ୍, ମିଲ୍‌କ ପାଉଡର, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।

Advertisment

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଗ୍ୟାସରେ କରେଇ ବସାଇ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲା ପରେ ସେଥିରେ କେଶର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍‌ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମିଲ୍‌କ ପାଉଡର ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି ମିଶ୍ରଣ କିଛି ସମୟ ଯାଏଁ ଫୁଟାନ୍ତୁ । ମିଶ୍ରଣ ଫୁଟିଯିବା ପରେ ଏଥିରେ ଚିନି ଓ ଗୁଜୁରାତି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ । ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।

Advertisment

ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ମିଶ୍ରଣଟି ଥଣ୍ଡା ହୋଇଯିବା ପରେ ଗୋଲ ଗୋଲ କରି ପେଡ଼ା ଆକୃତିରେ ବନାନ୍ତୁ। ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପେଡ଼ା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe