Advertisment

ଭେଜିଟେବୁଲ ମେୟୋନିଜ୍ ସାଣ୍ଡ୍ଉଇଚ୍‌

ଆବଶ୍ୟକ ସାମଗ୍ରୀ: କଟା କ୍ୟାପିକମ୍, କଟା ବନ୍ଧାକୋବି, କଟା ଟମାଟୋ, କଟା ପିଆଜ, କଟା ଗାଜର, କଟା କାକୁଡି, ଲୁଣ ,ଗୋଲମରିଚ ଗୁଣ୍ଡ ଓ  ମେୟୋନିଜ୍, ବଟର, ବ୍ରେଡ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ  କାଟି ରଖିଥିବା କ୍ୟାପିକମ୍, ବନ୍ଧାକୋବି, ଟମଟୋ, ପିଆଜ, ଗାଜର ଓ କାକୁଡିକୁ ଏକ ସାଙ୍ଗରେ ମିଶାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଗୋଲ ମରିଚ ଗୁଣ୍ଡ ଓ ମେୟୋନିଜ୍ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏକ ବ୍ରେଡ ଆଣନ୍ତୁ। […]

ଅଦ୍ୟତନ ହୋଇଛି
ଭେଜିଟେବୁଲ ମେୟୋନିଜ୍ ସାଣ୍ଡ୍ଉଇଚ୍‌

veg mayo sandwich

Advertisment

ଆବଶ୍ୟକ ସାମଗ୍ରୀ: କଟା କ୍ୟାପିକମ୍, କଟା ବନ୍ଧାକୋବି, କଟା ଟମାଟୋ, କଟା ପିଆଜ, କଟା ଗାଜର, କଟା କାକୁଡି, ଲୁଣ ,ଗୋଲମରିଚ ଗୁଣ୍ଡ ଓ  ମେୟୋନିଜ୍, ବଟର, ବ୍ରେଡ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ  କାଟି ରଖିଥିବା କ୍ୟାପିକମ୍, ବନ୍ଧାକୋବି, ଟମଟୋ, ପିଆଜ, ଗାଜର ଓ କାକୁଡିକୁ ଏକ ସାଙ୍ଗରେ ମିଶାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଗୋଲ ମରିଚ ଗୁଣ୍ଡ ଓ ମେୟୋନିଜ୍ ପକାଇ ଗୋଳାଇ ଦିଅନ୍ତୁ।

ଏହାପରେ ଏକ ବ୍ରେଡ ଆଣନ୍ତୁ। ତା’ଉପରେ ବଟର ଲଗାଇ ସାଣ୍ଡଉଇଚ୍‌ ପାଇଁ କରିଥିବା ମସଲାକୁ ତା’ ଉପରେ ରଖି ଦିଅନ୍ତୁ। ଏହାପରେ ଆଉ ଏକ ବ୍ରେଡ ଆଣି ତା’ ଉପରେ ରଖି ଦିଅନ୍ତୁ। ତାକୁ ସାଣ୍ଡ୍‌ ଉଇଚ୍‌ ଶେପ୍‌ରେ କାଟନ୍ତୁ।

Advertisment

ପରେ ତାୱାରେ  ବଟର ପକାଇ ଅଳ୍ପ ଗରମ କରନ୍ତୁ। ଏହାପରେ ସାଣ୍ଡ୍‌ ଉଇଚ୍‌କୁ ପକାଇ ସେକନ୍ତୁ। ଦୁଇ ପାଖ ସେକି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ମେୟୋନିଜ୍ ସାଣ୍ଡ୍‌ ଉଇଚ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe