Chaas
ଆବଶ୍ୟକ ସାମଗ୍ରୀ: ଦହି, ପାଣି, ବ୍ଲାକ୍ ସଲ୍ଟ, ଘିଅ, ଜୁଆଣି, ଭୁସୃଙ୍ଗ ପତ୍ର , ଗୋଟା କଞ୍ଚା ଲଙ୍କା ଓ ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଗ୍ଲାସରେ ଅଳ୍ପ ଦହି ନିଅନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ପାଣି ଓ ବ୍ଲାକ୍ ସଲ୍ଟ ମିଶାନ୍ତୁ। ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କରେଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଅଳ୍ପ କିଛି ଜୁଆଣି ପକାଇ ଦିଅନ୍ତୁ। ପରେ ସେଥିରେ ଭୁସୃଙ୍ଗ ପତ୍ର ଓ ଗୋଟା କଞ୍ଚା ଲଙ୍କା ପକାଇ ଛୁଙ୍କ ଦିଅନ୍ତୁ। ପରେ ଏହାକୁ ଗ୍ଲାସରେ ରଖିଥିବା ଦହିରେ ପକାଇ ମିଶାଇ ଦିଅନ୍ତୁ। ପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛାସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Untitled-1-18.jpg)