/odisha-reporter/media/post_attachments/uploads/2022/04/Untitled-1-31.jpg)
mudi idli
ଆବଶ୍ୟକ ସାମଗ୍ରୀ: ମୁଢ଼ି, ସୁଜି, ଦହି, ପାଣି ,ଖାଇବା ସୋଢ଼ା, ଲୁଣ, ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମୁଢ଼ି ନେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଳ୍ପ ସୁଜି, ଦହି ଓ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଢ଼ାଙ୍କି ରଖନ୍ତୁ। ପରେ ସେଥିରେ ଖାଇବା ସୋଢ଼ା ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
Advertisment
ତା’ପରେ ଇଡଲି ଛାଞ୍ଚରେ ତେଲ ମାରି ଦିଅନ୍ତୁ। ପୂର୍ବରୁ ରଖିଥିବା ମିଶ୍ରଣକୁ ଛାଞ୍ଚରେ ପକାଇ ଇଡଲି ପରି ଗଢ଼ନ୍ତୁ। ଏହାପରେ ତାକୁ ଗ୍ୟାସ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ ତଳକୁ ଓହ୍ଲାଇ ଦେଇ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ଇଡଲି ଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ଇଡଲି। ଏହାକୁ ଟମାଟୋ ଚଟଣି ସହ ଖାଇ ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
