papaya halwa
ଆବଶ୍ୟକ ସାମଗ୍ରୀ: କଞ୍ଚା ଅମୃତଭଣ୍ଡା, କ୍ଷୀର, କଟା ଆଲମଣ୍ଡ, ଚିନି, ଗୁଆ ଘିଅ, କାଜୁ, କିସ୍ମିସ୍ ଓ ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଏକ ପାତ୍ରରେ ରଖି ଦିଅନ୍ତୁ। ଏହାପରେ ଅମୃତଭଣ୍ଡାକୁ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ କରେଇରେ ଗୁଆ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲା ପରେ କୋରା ହୋଇଥିବା ଅମୃତଭଣ୍ଡାକୁ ପକାଇ ଧିମା ଆଞ୍ଚରେ ଭାଜନ୍ତୁ ।
ଏହା ଟିକେ ଭାଜି ହୋଇ ଆସିଲେ, ଏଥିରେ କ୍ଷୀର ପକାଇ ଦିଅନ୍ତୁ। ତା’ପରେ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। କ୍ଷୀର ଫୁଟିଗଲେ, ସେଥିରେ ଚିନି ପକାନ୍ତୁ । ଏହାପରେ ସେଥିରେ ଗୁଜୁରାତି ଗୁଣ୍ଡ, କଟା କାଜୁ ଓ କିସ୍ମିସ୍ ପକାନ୍ତୁ । ଏହାପରେ ଏହି ମିଶ୍ରଣକୁ କିଛି ସମୟ ଅଳ୍ପ ଆଞ୍ଚରେ ରଖି ଧିରେ ଧିରେ ଗୋଳାନ୍ତୁ । ହାଲୱା ଟିକେ ଶୁଖିଲା ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ସେଥିରେ କଟା ଆଲମଣ୍ଡ ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅମୃତଭଣ୍ଡା ହାଲ୍ୱା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/888888888.jpg)