ବଟର ପନିର ମସଲା

ଆବଶ୍ୟକ ସାମଗ୍ରୀ: ପନିର, ତେଲ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, ରସୁଣ ଓ ଅଦା ପେଷ୍ଟ, ବଟର, କଟା ପିଆଜ, କଞ୍ଚା ଲଙ୍କା, ଗ୍ରୀନ ମଟର, ଧନିଆ ପତ୍ର, ପନିର ମସଲା, କରି ପାଉଡର, ଗରମ ମସଲା, କଲର ମସଲା, କାଜୁ, ମଗଜ ପେଷ୍ଟ। ପ୍ରସ୍ତୁତି ପ୍ରଣାଳୀ:  ବଜାରରୁ କିଛି ପନିର ଆଣି ଛୋଟ ଛୋଟ କରି କାଟି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବାପରେ ସେଥିରେ […]

paneer butter masala

paneer butter masala

Tapaswini Nayak
  • Published: Tuesday, 13 December 2022
  • Updated: 13 December 2022, 11:37 AM IST

ଆବଶ୍ୟକ ସାମଗ୍ରୀ: ପନିର, ତେଲ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, ରସୁଣ ଓ ଅଦା ପେଷ୍ଟ, ବଟର, କଟା ପିଆଜ, କଞ୍ଚା ଲଙ୍କା, ଗ୍ରୀନ ମଟର, ଧନିଆ ପତ୍ର, ପନିର ମସଲା, କରି ପାଉଡର, ଗରମ ମସଲା, କଲର ମସଲା, କାଜୁ, ମଗଜ ପେଷ୍ଟ।

ପ୍ରସ୍ତୁତି ପ୍ରଣାଳୀ:  ବଜାରରୁ କିଛି ପନିର ଆଣି ଛୋଟ ଛୋଟ କରି କାଟି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବାପରେ ସେଥିରେ ଅଳ୍ପ ବଟର ପକାନ୍ତୁ। ଏହାପରେ ଗୋଟା ମସଲା(ଲବଙ୍ଗ, ଗୁଜରାତି ଓ ଡାଲଚିନି) ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ହୋଇଥିବା ପିଆଜକୁ ସେଥିରେ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ଅଦା, ରସୁଣ,ପିଆଜ ପେଷ୍ଟ ଓ ଟମାଟୋ ପକାଇ କଷନ୍ତୁ। ଏହା କଷି ହେବା ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ,ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କାଜୁ ମଗଜ ପେଷ୍ଟ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା କଷି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।

ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ପନିରକୁ ପକାନ୍ତୁ। ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ପନିର ମସଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos