Advertisment

ସୁଜି ପ୍ୟାନ୍‌ କେକ୍‌

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ପାଣି, ଲୁ‌ଣ, କଟା ଗାଜର, କଟା ବିନ୍ସ, କଟା ଧନିଆ ପତ୍ର, କଟା କ୍ୟାପ୍ସିକମ୍, କଟା ବନ୍ଧା କୋବି, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ପାଉଡର, ଜିରା ପାଉଡର, ବ୍ରେକିଂ ପାଉଡର, ଭୃସୁଙ୍ଗ ପତ୍ର  ଓ ସୋରିଷ ପ୍ରସ୍ତୁତି ପ୍ରଣାଳୀ:  ଏକ ପାତ୍ରରେ ଏକ କପ୍ ସୁଜି ନିଅନ୍ତୁ। ସେଥିରେ ହାପ କପ୍ ଦହି ଓ ଅଳ୍ପ ପାଣି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଅଧ […]

ଅଦ୍ୟତନ ହୋଇଛି
ସୁଜି ପ୍ୟାନ୍‌ କେକ୍‌

suji pancake

Advertisment

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ପାଣି, ଲୁ‌ଣ, କଟା ଗାଜର, କଟା ବିନ୍ସ, କଟା ଧନିଆ ପତ୍ର, କଟା କ୍ୟାପ୍ସିକମ୍, କଟା ବନ୍ଧା କୋବି, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ପାଉଡର, ଜିରା ପାଉଡର, ବ୍ରେକିଂ ପାଉଡର, ଭୃସୁଙ୍ଗ ପତ୍ର  ଓ ସୋରିଷ

Advertisment

ପ୍ରସ୍ତୁତି ପ୍ରଣାଳୀ:  ଏକ ପାତ୍ରରେ ଏକ କପ୍ ସୁଜି ନିଅନ୍ତୁ। ସେଥିରେ ହାପ କପ୍ ଦହି ଓ ଅଳ୍ପ ପାଣି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଅଧ ଘଣ୍ଟା ପର୍ଯ୍ୟନ୍ତ ତାକୁ ଘୋଡ଼ାଇ ରଖନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ କଟା ଗାଜର, କଟା ବିନ୍ସ, କଟା ଧନିଆ ପତ୍ର, କଟା କ୍ୟାପ୍ସିକମ୍, କଟା ବନ୍ଧା କୋବି, କଟା ଟମାଟୋ ,ଏକ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଧନିଆ ପାଉଡର, ଜିରା ପାଉଡର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ବ୍ରେକିଂ ପାଉଡର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏବେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଳ୍ପ ସୋରିଷ ଓ ଭୃସୁଙ୍ଗ ପତ୍ର ପକାଇ ଦିଅନ୍ତୁ। ପରେ ଗୋଳାଇ ରଖି ଥିବା ମସଲା ସୁଜିକୁ ପ୍ୟାନ୍‌ରେ ପକାଇ ଚକୁଳି ପିଠା ପରି ଗଢ଼ନ୍ତୁ।  ଏହାର ଦୁଇ ପାଖ ହାଲ୍‌କା ଲାଲ ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ପ୍ୟାନ୍‌ କେକ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe