Advertisment

ଆପଣ ଜାଣିଛନ୍ତି କି ଏହି ସବୁ ଖାଦ୍ୟ ଖାଇଲେ ମଧ୍ୟ ହୋଇଥାଏ ଏସିଡ଼ିଟି

ପ୍ରାୟତଃ ଅଧିକାଂଶ ଲୋକଙ୍କର ଏସିଡିଟି ସମସ୍ୟା ରହିଥାଏ। ସାଙ୍ଗ ହୁଅନ୍ତୁ ଅବା ଘର ଲୋକ ଖାଇବା କଥା ଉଠିଲା ମାନେ ସମସ୍ତେ କହିଥାନ୍ତି ନା ଆମର ଏସିଡ଼ିଟି ସମସ୍ୟା ଅଛି। ତେଣୁ  କଣ ଖାଇବେ ନ ଖାଇବେ ସେଥିପ୍ରତି ସେମାନେ ଟିକେ ଅଧିକ ସତର୍କ ରହିଥାନ୍ତି।  କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ସବୁ ଜିନିଷ ଖାଇଲେ ଏସିଡିଟି ହୋଇଥାଏ। ତେବେ ଜାଣନ୍ତୁ  ସେ ବିଷୟରେ ଜାଣିବା । ଚକୋଲେଟ୍‌            ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ […]

author-image
Rosalin Rath
ଆପଣ ଜାଣିଛନ୍ତି କି ଏହି ସବୁ ଖାଦ୍ୟ ଖାଇଲେ ମଧ୍ୟ ହୋଇଥାଏ ଏସିଡ଼ିଟି

aq

ପ୍ରାୟତଃ ଅଧିକାଂଶ ଲୋକଙ୍କର ଏସିଡିଟି ସମସ୍ୟା ରହିଥାଏ। ସାଙ୍ଗ ହୁଅନ୍ତୁ ଅବା ଘର ଲୋକ ଖାଇବା କଥା ଉଠିଲା ମାନେ ସମସ୍ତେ କହିଥାନ୍ତି ନା ଆମର ଏସିଡ଼ିଟି ସମସ୍ୟା ଅଛି। ତେଣୁ  କଣ ଖାଇବେ ନ ଖାଇବେ ସେଥିପ୍ରତି ସେମାନେ ଟିକେ ଅଧିକ ସତର୍କ ରହିଥାନ୍ତି।  କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ସବୁ ଜିନିଷ ଖାଇଲେ ଏସିଡିଟି ହୋଇଥାଏ। ତେବେ ଜାଣନ୍ତୁ  ସେ ବିଷୟରେ ଜାଣିବା ।

Advertisment

ଚକୋଲେଟ୍‌           

publive-image

ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ଆମେ ସମସ୍ତେ ଚକୋଲେଟ୍‌ ଖାଇବବାକୁ ପସନ୍ଦ କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଚକୋଲେଟ୍‌ ଆମ ପେଟ ପାଇଁ ଖରାପ ହୋଇଥାଏ। ଚକୋଲେଟ୍‌ରେ ଥିବା Caffeine and theobromine ଭଳି ଅନ୍ୟ ପଦାର୍ଥ ଏସିଡିଟିର କାରଣ ହୋଇଥାଏ। ଏଥିରେ ଅଧିକ ମାତ୍ରାରେ ଫ୍ୟାଟ୍‌ ମଧ୍ୟ ଥାଏ ଯାହା ଏସିଡ୍‌ ତିଆରି କରିଥାଏ। ଚକୋଲେଟ୍‌ରେ ବହୁତ ମାତ୍ରାରେ କୋକୋ ରହିଥାଏ। ଆମେ ଆପଣଙ୍କୁ ଚକୋଲେଟ୍‌ ଖାଇବାକୁ ମନା କରୁନାହୁଁ। କିନ୍ତୁ ଏସିଡିଟିରୁ ରକ୍ଷା ପାଇବାପାଇଁ ହେଲେ ଆପଣ ଏହାକୁ ନିୟନ୍ତ୍ରଣ ମାତ୍ରାରେ ଖାଆନ୍ତୁ।

ଖାଇବା ସୋଢ଼ା

publive-image

ପେଟରେ ଏସିଡ୍‌ ତିଆରି କରିବା ପାଇଁ ସୋଢ଼ା ଏବଂ Carbonated ନାମକ ପଦାର୍ଥ ମଧ୍ୟ କରଣ ହୋଇଥାଏ। ଏହା ପେଟକୁ ଯାଇ ଫୁଲିଥାଏ। ଆଉ ଏଥିପାଇଁ ପେଟରେ ପୋଡ଼ାଜଳା ମଧ୍ୟ ହୋଇଥାଏ। ଏଥିରେ ଥିବା Caffeine ନାମକ ପଦାର୍ଥ ଯୋଗୁ ପେଟରେ ଏସିଡ୍‌ ହୋଇଥାଏ।

Advertisment

ଆଲ୍‌କୋହଲ୍‌

publive-image

ବିୟର୍‌ ଏବଂ ୱାଇନ୍‌ ଭଳି ମାଦକ ଦ୍ରବ୍ୟ ପିଇବା ଦ୍ୱାରା ମଧ୍ୟ ଶରୀରରେ ହେଉଥିବା ଏସିଡିଟି  ମାତ୍ରା ବଢିଥାଏ। ଏହା ଏସିଡିଟି ମଧ୍ୟ କରାଇଥାଏ। ଯଦି ଆପଣ ବିୟର୍‌ ଏବଂ ୱାଇନ୍‌ ଭଳି ମାଦକ ଦ୍ରବ୍ୟ ପିଉଛନ୍ତି ତେବେ ସେଥିରେ ସୋଢ଼ା ମିଶାନ୍ତୁ ନାହିଁ।

କଫି

publive-image

ଗୋଟେ ଦିରେ ଏକ କପ୍‌  କଫି ବା ଚା’ ପିଇବା ଆବଶ୍ୟକ । ଏହାଠାରୁ ଅଧିକ ପିଇଲେ ଆପଣ ଏସିଡିଟିର ଶିକାର ହୋଇପାରନ୍ତି। କେବେ ବି ଖାଲି ପେଟରେ କଫି ବା ଚା’ ପିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଏସିଡିଟି ହୋଇପାରେ।

ମସଲାଯୁକ୍ତ ଖାଦ୍ୟ

publive-image

ଆମେ ସମସ୍ତେ ଏହା ଜାଣିଥାଉ ଯେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ଏସିଡିଟି ହେବା ଆଶଙ୍କା ଥାଏ ।  ତଥାପି  ଲୋଭକୁ କଣ୍ଟ୍ରୋଲ କରି ନ ପାରି ଆମେ ଏହାକୁ ଖାଇଥାଉ। ଏହିଭଳି ଖାଦ୍ୟପଦାର୍ଥରେ ଗରମ ମସଲା ଭଳି ବିଭିନ୍ନ ପ୍ରକାର ମସଲା ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ହେବା ସହ ଆମ ଶରୀରରେ ଏସିଡିଟିର କାରଣ ହୋଇଥାଏ। ତେଣୁ ମସଲା ଯୁକ୍ତ ଖାଦ୍ୟ କମ୍‌ ଖାଇଲେ ଭଲ।

ଫାଷ୍ଟ ଫୁଡ୍‌

publive-image

ଏହା ମଧ୍ୟ ଏସିଡିଟିର ଏକ ମୁଖ୍ୟ କାରଣ ହୋଇଥାଏ। ଏଥିରେ ଅଧିକ ତେଲ ଅଂଶ ଥିବାରୁ ପେଟରେ ଏହା ଲମ୍ବା ସମୟ ରହିଥାଏ ଏବଂ ହଜମ ହୋଇ ନଥାଏ। ଯାହାଦ୍ୱାରା ଏସିଡିଟି ହେବାର ସମ୍ଭାବନା ବଢ଼ିଯାଇଥାଏ। ସେଥିପାଇଁ ଫାଷ୍ଟ ଫୁଡ୍‌ ଯେତେ ମାତ୍ରାରେ କମ୍‌ ଖାଇବା ସ୍ୱାସ୍ଥ୍ୟ ଭଲ।

ଖଟା ଫଳ

publive-image

ଫଳ ଆମ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। କିନ୍ତୁ ଖାଲି ପେଟରେ ଫଳ ଖାଇବା ଦ୍ୱାରା ଆପଣଙ୍କୁ ଏସିଡିଟି ହେବାର ଆଶଙ୍କା ରହିଥାଏ। ଖଟା ଫଳ ଯେପରିକି ଲେମ୍ବୁ, କମଳା, ଖଟା ଅଙ୍ଗୁର, ଜାମ୍ମୁ କୋଳି ଇତ୍ୟାଦି ପାଇଁ ମଧ୍ୟ ଏସିଡିଟିର କାରଣ ହୋଇପାରେ। ସେଥିପାଇଁ କେବେବି ଖାଲି ପେଟରେ ଖଟା ଫଳ ଖାଆନ୍ତୁ ନାହିଁ।