କରୋନା ମହାମାରୀର ସବୁଠୁ ପ୍ରମୁଖ ଲକ୍ଷଣ ହେଉଛି ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ହରାଇବା। ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ମଣିଷ ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣ ମଧ୍ୟ ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ହରାଇ ବସିଛନ୍ତି ତେବେ ଏଥିପାଇଁ ଔଷଧ ନୁହେଁ ଘରୋଇ ଉପଚାର ଆପଣାନ୍ତୁ । ଘରେ ବ୍ୟବହାର ହେଉଥିବା ଦୈନନ୍ଦିନ କିଛି ଖାଦ୍ୟ ଜିନିଷରୁ ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରି ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ଏବଂ ଏହାକୁ କିଭଳି ବ୍ୟବହାର କରିହେବ।
- ଭିଟାମିନ-ସିରେ ଭରପୁର କମଳା। ଶରୀରରେ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଏହା ବେଶ ସହାୟକ ହୁଏ। ଏହା ଆମ ଶୁଙ୍ଘିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । କମଳା ଚୋପାକୁ ଅଳ୍ପ ଭାଜି ଶୁଙ୍ଘିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରି ଆସିଥାଏ। ତେବେ ଏହି ଉପାୟକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ ।
- ରସୁଣରେ ଆଣ୍ଟି ଭାଇରାଲ ଏବଂ ଇମ୍ୟୁନ ବୁଷ୍ଟର ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ରସୁଣର ଗୁଣକାରୀ ତତ୍ତ୍ୱ ଶରୀରରେ ଯନ୍ତ୍ରଣା ଓ ହାତ ଗୋଡ ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ଲବଙ୍ଗ ଏବଂ ରସୁଣକୁ ପାଣିରେ ଗରମ କରି ଏହାକୁ ସେବନ କରିପାରିବେ । ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ରସୁଣକୁ ଏଭଳି ବ୍ୟବହାର କରିବା ଦ୍ୱାରା ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରିଆସିଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି।
- ଶୁଙ୍ଘିବା ଶକ୍ତି ଫେରି ପାଇବା ପାଇଁ ଆପଣ ଚାହିଁଲେ ଲଙ୍କା ଗୁଣ୍ଡକୁ ମଧ୍ୟ ବ୍ୟବହାର କରିପାରିବେ । ଲଙ୍କା ଗୁଣ୍ତରେ ଥିବା କ୍ୟାପ୍ସାଇସିନ ଆମ ଓଲଫ୍ୟାକ୍ଟ୍ରି ସେଂସିସକୁ ଠିକ କରି ବନ୍ଦ ହୋଇଯାଇଥିବା ନାକକୁ ଖୋଲିବାରେ ସହାୟକ ହୋଇଥାଏ । ତେବେ ଲଙ୍କା ଗୁଣ୍ଡକୁ ବ୍ୟବହାର କରିବା ପୂର୍ବରୁ ଏଥିରେ ଅଳ୍ପ ପାଣି କିମ୍ବା ମହୁ ମିଶାଇ ବ୍ୟବହାର କରନ୍ତୁ ।
- ଜୁଆଣି ଥଣ୍ଡା ଏବଂ ସଂକ୍ରମଣ ସହ ଲଢ଼ିବା ପାଇଁ ସବୁଠୁ ଲାଭଦାୟକ ଜିନିଷ । ଜୁଆଣି ଶୁଙ୍ଘିବା ଶକ୍ତି ବଢ଼ାଇଥାଏ । ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ବଢ଼ାଇବା ପାଇଁ ଏକ ଚାମଚ ଜୁଆଣିକୁ ଏକ ଛୋଟ କପଡାରେ ବାନ୍ଧି ପୁଡିଆ ତିଆରି କରନ୍ତୁ । ଏହାପରେ ତାକୁ ଦୀର୍ଘ ନିଶ୍ୱାନ ନେଇ ଶୁଙ୍ଘନ୍ତୁ । ଏଭଳି ଦିନରେ ଦୁଇରୁ ତିନି ଥର କରିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରିଆସିଥାଏ ।
- ସାଇନସାଇଟିସ ଯନ୍ତ୍ରଣା ଏବଂ ଆଲର୍ଜି ଦୂର କରିଥାଏ ଜଡା ତେଲ । ଥଣ୍ଡା ଜ୍ୱରରେ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ଏହାକୁ ବ୍ୟବହାର କରିହେବ । ନାକ ବନ୍ଦ ହୋଇ ଯାଇଥିଲେ ଏକ ବୁନ୍ଦା ଜଡା ତେଲ ନାକରେ ପକାନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏଭଳି ଖୋଲିବା ଦ୍ୱାରା ଦେଖିବେ ନାକ ଖୋଲିବା ସହ ଶୁଙ୍ଘିବା ଶକ୍ତି ମଧ୍ୟ ଫେରିଆସିବ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।