Advertisment

ସ୍ୱାଦ ଓ ଶୁଙ୍ଘିବା ଶକ୍ତି ଚାଲିଯାଇଛି କି? ଆପଣାନ୍ତୁ ଏହି ସବୁ ଉପାୟ

କରୋନା ମହାମାରୀର ସବୁଠୁ ପ୍ରମୁଖ ଲକ୍ଷଣ ହେଉଛି ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ହରାଇବା। ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ମଣିଷ ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣ ମଧ୍ୟ ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ହରାଇ ବସିଛନ୍ତି ତେବେ ଏଥିପାଇଁ ଔଷଧ ନୁହେଁ ଘରୋଇ ଉପଚାର ଆପଣାନ୍ତୁ । ଘରେ ବ୍ୟବହାର ହେଉଥିବା ଦୈନନ୍ଦିନ କିଛି ଖାଦ୍ୟ ଜିନିଷରୁ ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରି ଆସିବ […]

ଅଦ୍ୟତନ ହୋଇଛି
ସ୍ୱାଦ ଓ ଶୁଙ୍ଘିବା ଶକ୍ତି ଚାଲିଯାଇଛି କି? ଆପଣାନ୍ତୁ ଏହି ସବୁ ଉପାୟ

loss-smell

Advertisment

କରୋନା ମହାମାରୀର ସବୁଠୁ ପ୍ରମୁଖ ଲକ୍ଷଣ ହେଉଛି ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ହରାଇବା। ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ମଣିଷ ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣ ମଧ୍ୟ ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ହରାଇ ବସିଛନ୍ତି ତେବେ ଏଥିପାଇଁ ଔଷଧ ନୁହେଁ ଘରୋଇ ଉପଚାର ଆପଣାନ୍ତୁ । ଘରେ ବ୍ୟବହାର ହେଉଥିବା ଦୈନନ୍ଦିନ କିଛି ଖାଦ୍ୟ ଜିନିଷରୁ ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରି ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ଏବଂ ଏହାକୁ କିଭଳି ବ୍ୟବହାର କରିହେବ।publive-image

Advertisment
  • ଭିଟାମିନ-ସିରେ ଭରପୁର କମଳା। ଶରୀରରେ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଏହା ବେଶ ସହାୟକ ହୁଏ। ଏହା ଆମ ଶୁଙ୍ଘିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । କମଳା ଚୋପାକୁ ଅଳ୍ପ ଭାଜି ଶୁଙ୍ଘିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରି ଆସିଥାଏ। ତେବେ ଏହି ଉପାୟକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ ।
  • ରସୁଣରେ ଆଣ୍ଟି ଭାଇରାଲ ଏବଂ ଇମ୍ୟୁନ ବୁଷ୍ଟର ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ରସୁଣର ଗୁଣକାରୀ ତତ୍ତ୍ୱ ଶରୀରରେ ଯନ୍ତ୍ରଣା ଓ ହାତ ଗୋଡ ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ଲବଙ୍ଗ ଏବଂ ରସୁଣକୁ ପାଣିରେ ଗରମ କରି ଏହାକୁ ସେବନ କରିପାରିବେ । ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ରସୁଣକୁ ଏଭଳି ବ୍ୟବହାର କରିବା ଦ୍ୱାରା ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ଫେରିଆସିଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି।publive-image
  • ଶୁଙ୍ଘିବା ଶକ୍ତି ଫେରି ପାଇବା ପାଇଁ ଆପଣ ଚାହିଁଲେ ଲଙ୍କା ଗୁଣ୍ଡକୁ ମଧ୍ୟ ବ୍ୟବହାର କରିପାରିବେ । ଲଙ୍କା ଗୁଣ୍ତରେ ଥିବା କ୍ୟାପ୍ସାଇସିନ ଆମ ଓଲଫ୍ୟାକ୍ଟ୍ରି ସେଂସିସକୁ  ଠିକ କରି ବନ୍ଦ ହୋଇଯାଇଥିବା ନାକକୁ ଖୋଲିବାରେ ସହାୟକ ହୋଇଥାଏ । ତେବେ ଲଙ୍କା ଗୁଣ୍ଡକୁ ବ୍ୟବହାର କରିବା ପୂର୍ବରୁ ଏଥିରେ ଅଳ୍ପ ପାଣି କିମ୍ବା ମହୁ ମିଶାଇ ବ୍ୟବହାର କରନ୍ତୁ ।
  • ଜୁଆଣି ଥଣ୍ଡା ଏବଂ ସଂକ୍ରମଣ ସହ ଲଢ଼ିବା ପାଇଁ ସବୁଠୁ ଲାଭଦାୟକ ଜିନିଷ । ଜୁଆଣି ଶୁଙ୍ଘିବା ଶକ୍ତି ବଢ଼ାଇଥାଏ । ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ବଢ଼ାଇବା ପାଇଁ ଏକ ଚାମଚ ଜୁଆଣିକୁ ଏକ ଛୋଟ କପଡାରେ ବାନ୍ଧି ପୁଡିଆ ତିଆରି କରନ୍ତୁ । ଏହାପରେ ତାକୁ ଦୀର୍ଘ ନିଶ୍ୱାନ ନେଇ ଶୁଙ୍ଘନ୍ତୁ । ଏଭଳି ଦିନରେ ଦୁଇରୁ ତିନି ଥର କରିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରିଆସିଥାଏ ।publive-image
  • ସାଇନସାଇଟିସ ଯନ୍ତ୍ରଣା ଏବଂ ଆଲର୍ଜି ଦୂର କରିଥାଏ ଜଡା ତେଲ । ଥଣ୍ଡା ଜ୍ୱରରେ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ଏହାକୁ ବ୍ୟବହାର କରିହେବ । ନାକ ବନ୍ଦ ହୋଇ ଯାଇଥିଲେ ଏକ ବୁନ୍ଦା ଜଡା ତେଲ ନାକରେ ପକାନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏଭଳି ଖୋଲିବା ଦ୍ୱାରା ଦେଖିବେ ନାକ ଖୋଲିବା ସହ ଶୁଙ୍ଘିବା ଶକ୍ତି ମଧ୍ୟ ଫେରିଆସିବ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Post Corona Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe