Advertisment

ଶିଳ୍ପାଙ୍କ ପରି ଅଣ୍ଟା ଚାହୁଁଛନ୍ତି, ଖାଆନ୍ତୁ ଏସବୁ ଖାଦ୍ୟ

କେଉଁ ମହିଳା ଅବା ପତଳା ଓ ସେକ୍ସି ଅଣ୍ଟା ନ ଚାହାଁନ୍ତି। ଅନେକ ମହିଳା ବିଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରି ପତଳା ଅଣ୍ଟାକୁ ରଖିବାକୁ ପସନ୍ଦ କରନ୍ତି। ତେବେ କେବଳ ମନ କଲେ କିଛି ହେବ ନାହିଁ। ସେଥିପାଇଁ ପରିଶ୍ରମ ବି କରିବାକୁ ପଡ଼ିବ। ଏଥିପାଇଁ ବ୍ୟାୟାମ କରିବାକୁ ପଡ଼ିବ, ଜିଭ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଡାଏଟ୍ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପତଳା ଅଣ୍ଟା ଚାହୁଁଥିବା ମହିଳାମାନେ ବ୍ୟାୟାମ ଓ ଯୋଗ […]

ଶିଳ୍ପାଙ୍କ ପରି ଅଣ୍ଟା ଚାହୁଁଛନ୍ତି, ଖାଆନ୍ତୁ ଏସବୁ ଖାଦ୍ୟ

shilpa

Advertisment

କେଉଁ ମହିଳା ଅବା ପତଳା ଓ ସେକ୍ସି ଅଣ୍ଟା ନ ଚାହାଁନ୍ତି। ଅନେକ ମହିଳା ବିଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରି ପତଳା ଅଣ୍ଟାକୁ ରଖିବାକୁ ପସନ୍ଦ କରନ୍ତି। ତେବେ କେବଳ ମନ କଲେ କିଛି ହେବ ନାହିଁ। ସେଥିପାଇଁ ପରିଶ୍ରମ ବି କରିବାକୁ ପଡ଼ିବ। ଏଥିପାଇଁ ବ୍ୟାୟାମ କରିବାକୁ ପଡ଼ିବ, ଜିଭ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଡାଏଟ୍ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପତଳା ଅଣ୍ଟା ଚାହୁଁଥିବା ମହିଳାମାନେ ବ୍ୟାୟାମ ଓ ଯୋଗ ଆଦି କରିବା ସହ ନିଜ ଡାଏଟରେ ନିମ୍ନଲିଖିତ ଖାଦ୍ୟଗୁଡ଼ିକୁ ସାମିଲ କରିବାକୁ ହେବ।

Advertisment

ଯବରୁ ପ୍ରସ୍ତୁତ ଅଟା

ସାଧାରଣତଃ ପ୍ରତ୍ୟେକ ଘରେ ଗହମ ଅଟାର ରୁଟି ତିଆରି ହୋଇଥାଏ। ଯଦି ଆପଣ ନିଜ ଓଜନ ପାଇଁ ଚିନ୍ତିତ ତେବେ ଗହମ ବଦଳରେ ଯବ ଅଟାରେ ରୁଟି ପ୍ରସ୍ତୁତ କରି ଖାଆନ୍ତୁ। ଏହା ଶରୀରରେ ଏକ୍ସଟ୍ରା ଫ୍ୟାଟ୍ ଜମା କରିବାକୁ ଦେଇ ନ ଥାଏ। ଅଣ୍ଟା ସହିତ ପେଟର ଚର୍ବି କମ୍ କରିବାରେ ସାହାଯ୍ୟ କରିଥାଏ।

ସବୁଜ ପନିପରିବା

ସବୁଜ ପରିବା ଶରୀରକୁ ସୁସ୍ଥ ରଖିବା ସହିତ ଅଣ୍ଟାର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ। ଏଥିରେ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଯାହା ହିମଗ୍ଲୋବିନ ମାତ୍ରା ବଢାଇବା ସହ ଓଜନ ନିୟନ୍ତ୍ରଣ ରଖିଥାଏ।

Advertisment

ତଟକା ଫଳ

ଚର୍ମ ଓ କେଶକୁ ସୁସ୍ଥ ରଖୁଥିବା ଫଳ ଶରୀରର ଚର୍ବି ମଧ୍ୟ ହ୍ରାସ କରିଥାଏ। ପତଳା ଅଣ୍ଟା ଚାହୁଁଥିବା ମହିଳାମାନେ କମଳା ଓ ସପୁରୀ ଜୁସ୍ ପିଅନ୍ତୁ। ଫଳରେ ପାଚନ ତନ୍ତ୍ର ସୁସ୍ଥ ରହିବ। ଏହି ଜୁସ୍ ଶରୀରରେ ଥିବା ହାନିକାରକ ଟକ୍ସିନ୍‌କୁ ବାହାର କରିଥାଏ ଓ ଓଜନ ନିୟନ୍ତ୍ରିଣ କରିଥାଏ।

ଗ୍ରୀନ୍ ଟି

ପତଳା ଅଣ୍ଟା ଚାହୁଁଥିଲେ ବେଡ୍ ଟି ଛାଡି ଦିଅନ୍ତୁ। କ୍ଷୀର ମିଶ୍ରିତ ଚା ବଦଳରେ ଗ୍ରୀନ ଟି ପିଅନ୍ତୁ। ଦିନକୁ ୩ରୁ ୪ ଥର ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରରେ ଥିବା ଫ୍ୟାଟ୍ କମି ଯାଏ।

ଲେମ୍ୱୁ ଓ ମହୁ

ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଲେମ୍ୱୁ ଓ ମହୁ ମିଶାଇ ପିଇବା ଦ୍ୱାରା ଓଜନ କମିବା ସହ ଅଣ୍ଟା ପାଖରେ ଥିବା ଚର୍ବି ହ୍ରାସ ପାଇଥାଏ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ

ପାଣି ଶରୀରରେ ଥିବା ହାନିକାରକ ଟକ୍ସିନକୁ ବାହାର କରିଥାଏ। ପ୍ରତିଦିନ  ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରେ ଥିବା  ଅତ୍ୟଧିକ ଫ୍ୟାଟ୍ ବାହାରି ଯାଏ। ଅଣ୍ଟାରେ ସେପ୍ ଆସେ।

ଅଧିକ ଲୁଣ ଓ ମିଠା ଖାଆନ୍ତୁ ନାହିଁ

ଖାଇବାରେ ଲୁଣ ଓ ମିଠାର ମାତ୍ରା କମ୍ କରନ୍ତୁ। ଅଧିକ ଲୁଣ ଓ ମିଠା ଶରୀର ସହିତ ଅଣ୍ଟା ପାଇଁ ହାନିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ୱାରା ଅଣ୍ଟାର ଆକାର ବଢ଼ିଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe