dani
ଧନୀ ହେବାକୁ କାହାର ବା ଇଚ୍ଛା ନ ଥାଏ। ସେଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବହୁ ଲୋକ ଅଧିକ ରୋଜଗାର ପାଇଁ କଠିନ ପରିଶ୍ରମ କରନ୍ତି। ନିଜର ଉପାର୍ଜିତ ଧନକୁ ଠିକ୍ ବାଟରେ ବିନିଯୋଗ କରି ଧନୀ ହୋଇଥାନ୍ତି। ଏ କଥା ସମସ୍ତଙ୍କୁ ଜଣା। କିନ୍ତୁ ଆପଣ ଜାଣିଛନ୍ତି କି, ଶୁକ୍ରବାର ମନ୍ତ୍ର ଓ କିଛି ଉପାୟ ଅବଲମ୍ବନ କଲେ ଆପଣ ବି ଧନବାନ୍ ହୋଇପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।
୧-୩ଟି ଶୁକ୍ରବାର ନିୟମିତ ‘ଓଁ ଶ୍ରୀ ଶ୍ରୀୟେ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ୭ ବର୍ଷରୁ କମ୍ ବୟସର କନ୍ୟାଙ୍କୁ ଶ୍ରଦ୍ଧା ପୂର୍ବକ ଖିରି ଓ ମିଠା ଭୋଜନ ଖାଇବାକୁ ଦିଅନ୍ତୁ। ଏହା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଆପଣଙ୍କ ଆର୍ଥିକ ସମସ୍ୟା ରହିବ ନାହିଁ।
୨- ପ୍ରତ୍ୟେକ ଶୁକ୍ରବାର ଲାଲ ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ନିଜ ଅଙ୍ଗୁଳିରେ ରୁପାର ମୁଦି ଧାରଣ କରି ଚାଉଳ ଓ ଚିନିକୁ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ଓ ଗାଈକୁ ଖାଇବାକୁ ଦିଅନ୍ତୁ। ଏହା କଲେ ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ବୋଲି ବିଶ୍ୱାସ ରହିଛି।
୩- ପ୍ରତ୍ୟେକ ଦିନ ପୂଜା ଘରେ ଦୀପ ଲଗାଇ ମାଆ ଲକ୍ଷ୍ମୀଙ୍କୁ ମିଶ୍ରି ଓ ଖିରି ଭୋଗ ଲଗାନ୍ତୁ। ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ।
ସୌଜନ୍ୟ- ୱେବଦୁନିଆ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/07/dani.jpg)