Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଫ୍ରାଏଡ୍ ହଙ୍ଗ-କର୍ଡ ପିନଟ୍‌ସ’

ଆବଶ୍ୟକ ସାମଗ୍ରୀ- କଞ୍ଚା ଚିନା ବାଦାମ, ଗରମ ମସଲା, ରିଫାଇନ୍‌ ତେଲ, ଲୁଣ, କର୍ଣ୍ଣ ଫ୍ଲୋର, ପାଣି, ହଂଗ କର୍ଡ। ପ୍ରସ୍ତୁତି ପ୍ରଣାଳୀ– ଏହି ସ୍ୱାଦିଷ୍ଟ ସ୍ନାକ୍‌ସକୁ ଘରେ ତିଆରି କରିବା ଲାଗି ପ୍ରଥମେ ଚିନା ବାଦାମ ଛଡ଼ାଇ ଏହାର ମଞ୍ଜିକୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ପରେ ଏହାର ଉପରେ ଲାଗିଥିବା ଚୋପା ଛଡ଼ାଇ ଅଲଗା ରଖନ୍ତୁ। ଏକ ପାତ୍ରରେ ହଂଗ କର୍ଡ, ଗରମ ମସଲା ସହିତ ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ […]

author-image
Biswobandita Swain
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଫ୍ରାଏଡ୍ ହଙ୍ଗ-କର୍ଡ ପିନଟ୍‌ସ’

1

ଆବଶ୍ୟକ ସାମଗ୍ରୀ-କଞ୍ଚା ଚିନା ବାଦାମ, ଗରମ ମସଲା, ରିଫାଇନ୍‌ ତେଲ, ଲୁଣ, କର୍ଣ୍ଣ ଫ୍ଲୋର, ପାଣି, ହଂଗ କର୍ଡ।

Advertisment

ପ୍ରସ୍ତୁତିପ୍ରଣାଳୀ- ଏହି ସ୍ୱାଦିଷ୍ଟ ସ୍ନାକ୍‌ସକୁ ଘରେ ତିଆରି କରିବା ଲାଗି ପ୍ରଥମେ ଚିନା ବାଦାମ ଛଡ଼ାଇ ଏହାର ମଞ୍ଜିକୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ପରେ ଏହାର ଉପରେ ଲାଗିଥିବା ଚୋପା ଛଡ଼ାଇ ଅଲଗା ରଖନ୍ତୁ। ଏକ ପାତ୍ରରେ ହଂଗ କର୍ଡ, ଗରମ ମସଲା ସହିତ ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହାକୁ ଶୁଖିବା ଲାଗି ୧ ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ମିଡିଅମ ଆଞ୍ଚରେ କଡ଼େଇ ରଖି ଏଥିରେ ତେଲ ଗରମ କରନ୍ତୁ। କର୍ଡ ମିଶ୍ରଣରେ ଚିନାବାଦାମକୁ ଭଲ ଭାବେ ଗୋଳାନ୍ତୁ। ଏହା ଉପରେ ଅଳ୍ପ ଶୁଖିଲା କର୍ଣ୍ଣ ଫ୍ଲୋର ଛିଞ୍ଚନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ସାବଧାନତାର ସହ ଚିନାବାଦାମ ପକାନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଏହାକୁ ଡିପ୍‌ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଫ୍ରାଏଡ୍‌ ହଙ୍ଗ କର୍ଡ ପିନଟ୍‌ସ ସ୍ନାକସ୍‌। ଏହାକୁ ଚଟଣୀ ସହିତ ପରଷନ୍ତୁ।