bhog
ପ୍ରଥମେ ନଡ଼ିଆକୁ କୋରି ଦିଅନ୍ତୁ। ଏହାପରେ ଗ୍ୟାସ୍ ଅନ୍ କରି ଏକ ପ୍ୟାନ୍ ବସାଇ କିଛି ଦେଶୀ ଘିଅ ଦିଅନ୍ତୁ। ପ୍ୟାନ୍ ଟିକେ ଗରମ ହୋଇଥିଲେ ସେଥିରେ ନଡ଼ିଆ କୋରା ପକାଇ ହାଲକା ଭାଜନ୍ତୁ। କିଛି ସମୟ ପରେ ଏହାର ରଙ୍ଗ ବଦଳି ଗଲେ ସେଥିରେ ଆବଶ୍ୟକ ଅନୁଯାୟୀ କ୍ଷୀର ମିଶାନ୍ତୁ। ଏହାକୁ ସିମ୍ରେ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ କନଡେନ୍ସଡ୍ ମିଲ୍କ ମିଶାନ୍ତୁ। ଏହା ଅଳ୍ପ ଡ୍ରାଏ ହେବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ।
ଏହାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏକ ପ୍ଲେଟରେ କିଛି ନଡ଼ିଆ ପାଉଡର ରଖନ୍ତୁ। ଏହାପରେ ହାତରେ ଘିଅ ଲଗାଇ ପ୍ୟାନ୍ରେ ଥଣ୍ଡା ହୋଇଥିବା ନଡ଼ିଆ ପେଷ୍ଟକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ନଡ଼ିଆ ପାଉଡର ଉପରେ ତାହାକୁ ଗଡ଼ାଇ ଦିଅନ୍ତୁ। ତାହା ଉପରେ କିଛି ସାଫରନ, ଆଲମଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏହାକୁ ପ୍ରଭୁ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।
ଏଠାରେ ମନେ ରଖନ୍ତୁ, ନଡ଼ିଆ କୋରା ପ୍ରସ୍ତୁତି ସମୟରେ ପ୍ରଥମେ ଯେତିକି ନଡ଼ିଆ ନେଇଥିବେ, ତାହାର ଅଧା କ୍ଷୀର ଓ ତାହାଠୁ କମ୍ କନଡେନ୍ସଡ ମିଲ୍କ ନେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/ladoo-.jpg)