Advertisment

ରସୁଣକୁ କେମିତି ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ?

ନୂଆଦିଲ୍ଲୀ: ସାଧାରଣତଃ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ପରାମର୍ଶ ଦିଆଯାଏ। କଞ୍ଚା ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଖାଇବାର ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହାକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରସୁଣରୁ ଚୋପା ଛଡ଼ାଇ ଚୋବାଇ ଚୋବାଇ ଖା’ନ୍ତୁ। ଯେମିତି ଏହା ପାଟିରେ ହିଁ […]

ରସୁଣକୁ କେମିତି ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ?

garlic

Advertisment

ନୂଆଦିଲ୍ଲୀ: ସାଧାରଣତଃ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ପରାମର୍ଶ ଦିଆଯାଏ। କଞ୍ଚା ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଖାଇବାର ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହାକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି।

Advertisment

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରସୁଣରୁ ଚୋପା ଛଡ଼ାଇ ଚୋବାଇ ଚୋବାଇ ଖା’ନ୍ତୁ। ଯେମିତି ଏହା ପାଟିରେ ହିଁ ମିଳାଇ ଯିବ। ତା’ହେଲେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବ। ରସୁଣକୁ କଞ୍ଚା ଚୋବାଇ ନ ଖାଇଲେ, ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରେ ନାହିଁ।

ଏହାକୁ ନେଇ ୨୦୧୭ରେ ଲକ୍ଷ୍ନୌର କେଜିଏମ୍‌ୟୁ ଫିଜିଓଲୋଜି ଡିପାର୍ଟମେଣ୍ଟର ଡାକ୍ତର ନରସିଂହ ବର୍ମାଙ୍କ ଏକ ରିପୋର୍ଟ ’ରିସର୍ଚ୍ଚ ଇଣ୍ଟର୍‌ନାଲ୍ ମେଡିସିନ୍‌ ଜର୍ଣ୍ଣାଲ୍‌ ଅଫ୍‌ ଇଣ୍ଡିଆ’ରେ ପ୍ରକାଶ ପାଇଥିଲା। ୧୦ ବର୍ଷ ଗବେଷଣା କରିବା ପରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଡାକ୍ତର ବର୍ମା ରସୁଣ ଖାଇବାର ଉଚିତ୍ ଉପାୟ ଖୋଜି ବାହାର କରିଥିଲେ। ଏହି ଗବେଷଣାରୁ ପ୍ରମାଣିତ ହୋଇଥିଲା ଯେ ରସୁଣକୁ ଚୋବାଇ ମୁହଁରେ ମିଶିବାକୁ ଦିଅନ୍ତୁ। ଏହିପରି ଚୋବାଇ ୧ ବର୍ଷ ପର୍ଯ୍ୟନ୍ତ ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହେବା ସହିତ କୋଲେଷ୍ଟରେଲ୍‌ ମଧ୍ୟ କମିଥାଏ।

Advertisment

ରସୁଣ ଖାଇବା ପରେ ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ର ଉତ୍ପାଦନ ବଢ଼ିଯାଏ। ଏହି ଅକ୍ସାଇଡ୍‌ ଶରୀରର ମାଂସପେଶୀକୁ ନରମ ରଖିବା ସହିତ ରକ୍ତକୁ ପତଳା ରଖିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ହାଇପର୍‌ ଟେନସନ୍‌ କମିଥାଏ। ତେଣୁ ହାଇପର୍‌ ଟେନସନ୍‌ ରୋଗୀ ପ୍ରତିଦିନ ରସୁଣ ଖାଇବା ଉଚିତ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe