Advertisment

ଚାକିରି ନେଇ ଚିନ୍ତାରେ ଅଛନ୍ତି କି? ପଢ଼ି ନିଅନ୍ତୁ ସଫଳତାର ସରଳ ମନ୍ତ୍ର

ଯୋଗ୍ୟତା ଥିବା ସତ୍ତ୍ୱେ ଆପଣଙ୍କୁ ଚାକିରି ମିଳୁନାହିଁ।  ଯେଉଁ କାମ କରୁଛନ୍ତି ସେଥିରେ ଆପଣ ଖୁସି ନାହାନ୍ତି। ଯାହାକୁ ନେଇ ଆପଣଙ୍କ ଚିନ୍ତା ବଢି ବଢି ଯାଉଛି। ବେଳେବେଳେ ସବୁ ହାରିଗଲା ଭଳି ଲାଗୁଛି। ଯଦି ଏମିତିଆ ସ୍ଥିତି ଲାଗି ରହିଛି, ତେବେ ଦୟାକରି ଏହାର ନିରାକରଣ ପାଇଁ କିଛି କରନ୍ତୁ। -କୌଣସି କାମକୁ ଯିବା ପୂର୍ବରୁ ଶିବଲିଙ୍ଗ ଉପରେ ଜଳଲାଗି କରିବା ସହ ଅକ୍ଷତ ଚାଉଳ ଅର୍ପଣ କଲେ ଶୁଭଫଳ ମିଳିଥାଏ।  ଶାସ୍ତ୍ର ଅନୁସାରେ  ଶିବଲିଙ୍ଗ ଉପରେ […]

ଅଦ୍ୟତନ ହୋଇଛି
ମହଙ୍ଗା ପଡ଼ିଲା ମୁନଲାଇଟିଂ: ୩୦୦ କର୍ମଚାରୀଙ୍କୁ ବିଦା କଲା ୱିପ୍ରୋ

problem-in-getting-job

Advertisment

ଯୋଗ୍ୟତା ଥିବା ସତ୍ତ୍ୱେ ଆପଣଙ୍କୁ ଚାକିରି ମିଳୁନାହିଁ।  ଯେଉଁ କାମ କରୁଛନ୍ତି ସେଥିରେ ଆପଣ ଖୁସି ନାହାନ୍ତି। ଯାହାକୁ ନେଇ ଆପଣଙ୍କ ଚିନ୍ତା ବଢି ବଢି ଯାଉଛି। ବେଳେବେଳେ ସବୁ ହାରିଗଲା ଭଳି ଲାଗୁଛି। ଯଦି ଏମିତିଆ ସ୍ଥିତି ଲାଗି ରହିଛି, ତେବେ ଦୟାକରି ଏହାର ନିରାକରଣ ପାଇଁ କିଛି କରନ୍ତୁ।

Advertisment

-କୌଣସି କାମକୁ ଯିବା ପୂର୍ବରୁ ଶିବଲିଙ୍ଗ ଉପରେ ଜଳଲାଗି କରିବା ସହ ଅକ୍ଷତ ଚାଉଳ ଅର୍ପଣ କଲେ ଶୁଭଫଳ ମିଳିଥାଏ।  ଶାସ୍ତ୍ର ଅନୁସାରେ  ଶିବଲିଙ୍ଗ ଉପରେ ଚାଉଳ ଚଢ଼ାଇଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

-ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯିବା ବେଳେ ଗାଈକୁ ଅଟା ଓ ଗୁଡ଼ ଖୁଆଇ ଯାଅନ୍ତୁ। ଏହା ସହ ହନୁମାନ ଚାଳିଶା ପାଠ କରନ୍ତୁ।  ଶୁଭଫଳ ପାଇବାର ଅଧିକ ସମ୍ଭାବନା ରହିଥାଏ।

Advertisment

-ସଫଳତା ପାଇବାକୁ ହେଲେ ହନୁମାନଙ୍କ ଉଡୁଥିବା ଫଟୋ ନିଜ ଘରେ ରଖି ପୂଜା କରନ୍ତୁ। ଆପଣ ନିଶ୍ଚୟ ସୁଫଳ ପାଇବେ।

-ଆପଣ କେଉଁ କାମରେ ବାହାରକୁ ଯିବା ସମୟରେ ଗଣେଶଙ୍କ ଫଟୋ ଆଗରେ ଲବଙ୍ଗ ରଖି ପୂଜା କରନ୍ତୁ। ଗଣେଶଙ୍କ ଫଟୋ ଓ ଲବଙ୍ଗକୁ ସାଥିରେ ନେଇ ଯାଆନ୍ତୁ। ଆପଣ  ନିଶ୍ଚୟ କାମରେ ଜୟଯୁକ୍ତ ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe