Advertisment

ଋତୁସ୍ରାବ ଯନ୍ତ୍ରଣା କମ୍‌ କରେ ଅଦା ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଅଦାକୁ ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଏଥିରେ ଜିଞ୍ଜେରୋଲ୍‌, ଫାଇବର୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯେଉଁଥିରୁ ଅନେକ ସ୍ୱାସ୍ଥ୍ୟ ଜନିତ ଉପକାର ମିଳେ। ତା’ହେଲେ ଆସନ୍ତୁ ଜାଣିବା ଅଦା ଖାଇଲେ କେଉଁ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ୧. ଅଦା ରସ ମିଶା ପାଣି ପିଇଲେ ପାଚନ କ୍ରିୟା ଠିକ୍‌ ହୋଇଥାଏ। ତା’ସହିତ ଗ୍ୟାସ୍‌ […]

ଅଦ୍ୟତନ ହୋଇଛି
ଋତୁସ୍ରାବ ଯନ୍ତ୍ରଣା କମ୍‌ କରେ ଅଦା ପାଣି

ginger

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଅଦାକୁ ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଏଥିରେ ଜିଞ୍ଜେରୋଲ୍‌, ଫାଇବର୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯେଉଁଥିରୁ ଅନେକ ସ୍ୱାସ୍ଥ୍ୟ ଜନିତ ଉପକାର ମିଳେ। ତା’ହେଲେ ଆସନ୍ତୁ ଜାଣିବା ଅଦା ଖାଇଲେ କେଉଁ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।

Advertisment

୧. ଅଦା ରସ ମିଶା ପାଣି ପିଇଲେ ପାଚନ କ୍ରିୟା ଠିକ୍‌ ହୋଇଥାଏ। ତା’ସହିତ ଗ୍ୟାସ୍‌ ଜନିତ ଜଳାପୋଡ଼ା ମଧ୍ୟ ଦୂର ହୋଇଥାଏ।

୨. ଅଦାରେ ଥିବା ଜିଙ୍କ୍‌ ତତ୍ତ୍ୱ ଯୋଗୁଁ ଶରୀରରେ ଇନସୁଲିନ୍‌ ବୃଦ୍ଧି ପାଇଥାଏ। ଫଳରେ ଡାଇବେଟିସ୍‌ ରୋଗୀଙ୍କ ବ୍ଲଡ୍‌ ସୁଗାର ସ୍ତର ନିୟନ୍ତ୍ରିତ ହୁଏ।

Advertisment

୩. ଅଦା ଖାଇଲେ ଶରୀରରୁ ଅତିରିକ୍ତ ଫ୍ୟାଟ୍‌ ବାହାରି ଯାଏ। ତେଣୁ ଓଜନ କମ୍‌ ହୋଇଥାଏ। ଅଦାରେ ଜିରୋ କ୍ୟାଲୋରୀ ରହିଛି।

୪. ଗବେଷଣାରୁ ଜଣାପଡ଼ିଛି ଯେ ମାସିକ ଋତୁସ୍ରାବ ସମୟରେ ମହିଳାମାନେ ହାଲ୍‌କା ଅଦା ରସ ମିଶା ଉଷୁମ ପାଣି ପିଇଲେ ଭଲ। ଏହାଦ୍ୱାରା ପେଟ ଯନ୍ତ୍ରଣା କମ୍‌ ହୋଇଥାଏ। ଅଦାରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆରାମ ପ୍ରଦାନ କରିଥାଏ।

୫. ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହେଲେ ଅଦା ରସ ମିଶା ପାଣି ପିଅନ୍ତୁ। ଏହା  ମାଂସପେଶୀକୁ ଆରାମ ଦେଇଥାଏ।

୬. ସକାଳୁ ଉଠିବା ପରେ ଦୁର୍ବଳ ଲାଗୁଥିଲେ ଅଦା ରସ ମିଶା ପାଣି ପିଇବା ଅଭ୍ୟାସ କରନ୍ତୁ। ଏପରିକି ଆପଣ ବାନ୍ତି ଲାଗିବା ସମୟରେ ମଧ୍ୟ ଅଦା ପାଣି ପିଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe