ୱାଶିଂଟନ୍: ଛେଳି ଦ୍ୱାରା ହେଉଥିବା ମସାଜ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ନ୍ୟୁୟହେପସେୟାରରେ ଥିବା ଜୋନିସ୍ ଫାର୍ମ ହାଉସ୍ରେ ଦିଆଯାଉଛି ଏହି ମସାଜ୍। ଏହି ମସାଜ୍ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ତେବେ ଜଣେ ବ୍ୟକ୍ତି ଏହି ମସାଜ୍ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର କରିବା ପରେ ଏହାକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। ଏହା ଭାଇରାଲ୍ ହୋଇଯାଇଛି।
ଦିନେ ଏହି ଫାର୍ମ ହାଉସ୍ରେ ଯୋଗ ଚଲିଥିବା ବେଳେ ହଠାତ୍ କିଛି ଛେଳି ସେଠାକୁ ଚାଲି ଆସି ଲୋକଙ୍କ ଉପରକୁ ଚଢ଼ି ଯାଇଥିଲା। ୩ରୁ ୪ଟି ଛେଳି ଜଣେ ବ୍ୟକ୍ତିଙ୍କ ପରେ ଚଢ଼ି କୁଦିବାରେ ଲାଗିଥିଲେ। ସବୁଠାରୁ ମଜା କଥା ହେଉଛି ସେଠାରେ ଉପସ୍ଥିତ ଲୋକ ସେମାନଙ୍କୁ ବାହାର ନ କରି ଏହାର ମଜା ଉଠାଇ ଥିଲେ। ଏହି ଘଟଣା ପରେ ଏଠି ଛେଳି ମସାଜ ନିୟମିତ ହୋଇଗଲା। ଛେଳିଟି ଶରୀର ଉପରେ ଚଢ଼ିବା ଦ୍ୱାରା ମସାଜ୍ ପରି ଅନୁଭବ ହେଉଥିବା ଲୋକେ କହିଛନ୍ତି । ଛେଳିଠାରୁ ମସାଜ୍ ନେବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି।
ରିପୋର୍ଟ ଓ ଫଟୋ- ଦୈନିକ ଜାଗରଣ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...