ଫିଟ୍‌ନେସ୍‌ର ନୂଆ ମନ୍ତ୍ର- ଏଠି ଛେଳି କରୁଛି ମସାଜ୍‌

ୱାଶିଂଟନ୍‌: ଛେଳି ଦ୍ୱାରା ହେଉଥିବା ମସାଜ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ନ୍ୟୁୟହେପସେୟାରରେ ଥିବା ଜୋନିସ୍‌  ଫାର୍ମ ହାଉସ୍‌ରେ ଦିଆଯାଉଛି ଏହି ମସାଜ୍‌। ଏହି ମସାଜ୍‌ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ତେବେ ଜଣେ ବ୍ୟକ୍ତି ଏହି ମସାଜ୍‌ ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ଏହାକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। ଏହା ଭାଇରାଲ୍ ହୋଇଯାଇଛି। ଦିନେ ଏହି  ଫାର୍ମ ହାଉସ୍‌ରେ ଯୋଗ ଚଲିଥିବା ବେଳେ ହଠାତ୍‌ କିଛି ଛେଳି ସେଠାକୁ ଚାଲି […]

goatyoga

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 04:30 PM IST

ୱାଶିଂଟନ୍‌: ଛେଳି ଦ୍ୱାରା ହେଉଥିବା ମସାଜ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ନ୍ୟୁୟହେପସେୟାରରେ ଥିବା ଜୋନିସ୍‌  ଫାର୍ମ ହାଉସ୍‌ରେ ଦିଆଯାଉଛି ଏହି ମସାଜ୍‌। ଏହି ମସାଜ୍‌ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ତେବେ ଜଣେ ବ୍ୟକ୍ତି ଏହି ମସାଜ୍‌ ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ଏହାକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। ଏହା ଭାଇରାଲ୍ ହୋଇଯାଇଛି।

ଦିନେ ଏହି  ଫାର୍ମ ହାଉସ୍‌ରେ ଯୋଗ ଚଲିଥିବା ବେଳେ ହଠାତ୍‌ କିଛି ଛେଳି ସେଠାକୁ ଚାଲି ଆସି ଲୋକଙ୍କ ଉପରକୁ ଚଢ଼ି ଯାଇଥିଲା। ୩ରୁ ୪ଟି ଛେଳି ଜଣେ ବ୍ୟକ୍ତିଙ୍କ ପରେ ଚଢ଼ି କୁଦିବାରେ ଲାଗିଥିଲେ। ସବୁଠାରୁ ମଜା କଥା ହେଉଛି ସେଠାରେ ଉପସ୍ଥିତ ଲୋକ ସେମାନଙ୍କୁ ବାହାର ନ କରି ଏହାର ମଜା ଉଠାଇ ଥିଲେ। ଏହି ଘଟଣା ପରେ ଏଠି ଛେଳି ମସାଜ ନିୟମିତ ହୋଇଗଲା। ଛେଳିଟି ଶରୀର ଉପରେ ଚଢ଼ିବା ଦ୍ୱାରା ମସାଜ୍‌ ପରି ଅନୁଭବ ହେଉଥିବା ଲୋକେ କହିଛନ୍ତି । ଛେଳିଠାରୁ ମସାଜ୍‌ ନେବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି।

ରିପୋର୍ଟ ଓ ଫଟୋ- ଦୈନିକ ଜାଗରଣ

Related story