ଫେରୁଛି ‘ନୋଜ୍‌ ରିଙ୍ଗ’ ଫ୍ୟାଶନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ଫ୍ୟାଶନ୍ ଯୁଗ। ପୁଅ ହୁଅନ୍ତୁ ଅବା ଝିଅ, ନୂଆ ନୂଆ ଲୁକ୍‌ରେ ସଜେଇ ହେବାକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିପାଇଁ ବହୁତ ଏକ୍ସପେରିମେଣ୍ଟ ମଧ୍ୟ କରୁଛନ୍ତି। ଖାସ କରି ଝିଅମାନ ନିଜ ପୋଷାକଠାରୁ ଆରମ୍ଭ କରି ଜୋତା, ବ୍ରେସ୍‌ଲେଟ୍‌, ଘଣ୍ଟା ଏପରିକି ଆଖି, ନଖକୁ ମଧ୍ୟ ଫ୍ୟାଶନ୍ନ୍‌ରେ ସାମିଲ କରୁଛନ୍ତି। ହେଲେ ଏବେ ଆଉ ଏକ ଫ୍ୟାଶନ୍ ଟ୍ରେଣ୍ଡ ଝିଅମାନଙ୍କ ମଧ୍ୟରେ ବହୁତ ଚାଲିଛି। ଏହି ଫ୍ୟାଶନ୍ ନୂଆ ନୁହେଁ। ଏହା […]

nose ring

Rakesh Mallick
  • Published: Saturday, 08 September 2018
  • , Updated: 08 September 2018, 01:20 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ଫ୍ୟାଶନ୍ ଯୁଗ। ପୁଅ ହୁଅନ୍ତୁ ଅବା ଝିଅ, ନୂଆ ନୂଆ ଲୁକ୍‌ରେ ସଜେଇ ହେବାକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିପାଇଁ ବହୁତ ଏକ୍ସପେରିମେଣ୍ଟ ମଧ୍ୟ କରୁଛନ୍ତି। ଖାସ କରି ଝିଅମାନ ନିଜ ପୋଷାକଠାରୁ ଆରମ୍ଭ କରି ଜୋତା, ବ୍ରେସ୍‌ଲେଟ୍‌, ଘଣ୍ଟା ଏପରିକି ଆଖି, ନଖକୁ ମଧ୍ୟ ଫ୍ୟାଶନ୍ନ୍‌ରେ ସାମିଲ କରୁଛନ୍ତି। ହେଲେ ଏବେ ଆଉ ଏକ ଫ୍ୟାଶନ୍ ଟ୍ରେଣ୍ଡ ଝିଅମାନଙ୍କ ମଧ୍ୟରେ ବହୁତ ଚାଲିଛି।

ଏହି ଫ୍ୟାଶନ୍ ନୂଆ ନୁହେଁ। ଏହା ବହୁ ପୁରୁଣା। କାହିଁ କେଉଁ କାଳରୁ ଆମ ସମାଜରେ ରହି ଆସିଛି। ହେଲେ ଆଧୁନିକତାର ଚାକଚକ୍ୟ ଭିତରେ ଝିଅମାନେ ଏହାକୁ ଆପଣାଉ ନଥିଲେ। ଯାହା ଏବେ ପୁଣି ଥରେ ଫ୍ୟାଶନ୍ ଦୁନିଆକୁ କମ୍‌ବ୍ୟାକ୍‌ କରିବା ସହ ଧୂମ୍‌ ମଚାଉଛି।

ହଁ, ଆମେ କହୁଛୁ ‘ନୋଜ୍‌ ରିଙ୍ଗ’ ବା ନାକଫୁଲ କଥା।

ଆସନ୍ତୁ ଜାଣିବା ନାକଫୁଲ ଫ୍ୟାଶନ୍ ସମ୍ପର୍କରେ।

୧. ହାଲକା କ୍ରାଫ୍ଟ ୱାର୍କ ଓ ଚେନ୍‌ ସହ ଯୋଡ଼ି ହୋଇଥିବା ନାକଫୁଲ ବେଙ୍ଗଲି ଲୁକ୍‌ ଦେଇଥାଏ। ଯଦି ନାକଫୁଲ ରିଙ୍ଗ (ଗୋଲାକାର)ର ହେଲା ତେବେ ଏହା ଆପଣଙ୍କୁ ସୁନ୍ଦରତାରେ ଚାରଚାନ୍ଦ ଲଗାଇ ଦେବ। ସେମିତିରେ ବେଙ୍ଗଲି ଲୁକ୍‌ ସମସ୍ତଙ୍କୁ ଆଟ୍ରାକ୍ଟିଭ୍‌ ଲାଗିଥାଏ।

୨. ରାଜସ୍ଥାନୀ ଲୁକ୍‌ ପାଇଁ କାଚ ଲାଗିଥିବା ନାକଫୁଲ ଏବେ ବହୁତ ଚାଲୁଛି। ଏହାକୁ ପିନ୍ଧି କୌଣସି କାର୍ଯ୍ୟକ୍ରମକୁ ଗଲେ ଆପଣ ହିଁ ସେଇ କାର୍ଯ୍ୟକ୍ରମର ମେନ୍‌ ଆଟ୍ରାକ୍ସନ୍‌ ହୋଇଯିବେ।

୩. ସାଉଥ୍‌ ଇଣ୍ଡିଆନ ଲୁକ୍‌ ଚାହୁଁଥିଲେ, ଏକାଧିକ ଚେନ୍‌ ଲାଗିଥିବା ନାକଫୁଲ ପିନ୍ଧନ୍ତୁ। ଏହାସହ ମଥାରେ ଟିକା ଲଗିଗଲେ ସୁନ୍ଦରତା ଶହେଗୁଣ ବଢ଼ିଯିବ। ଯିଏ ଦେଖିବ ଆପଣଙ୍କ ଉପରୁ ନଜର ହଟାଇ ପାରିବ ନାହିଁ।

୪. ଏହାସହ ମାର୍କେଟ୍‌ରେ କୁନ୍ଦନ ମୀନା ସହ ଡାଇମଣ୍ଡ ଓ ଜେମ୍‌ଷ୍ଟୋନ୍‌ର କାମ ହୋଇଥିବା ନାକଫୁଲର ଡିମାଣ୍ଡ ବଢ଼ିବାରେ ଲାଗିଛି।

[caption id="attachment_273264" align="aligncenter" width="600"] Image Credit- Internet[/caption]

୫.. ମେକ୍‌ଅପ୍‌ ଏକ୍ସପର୍ଟଙ୍କ ଅନୁସାରେ, ବିବାହ ସିଜନ୍‌ରେ ଡିଜାଇନ୍‌ର ନାକଫୁଲ୍‌ର ବହୁ ଡିମାଣ୍ଡ ରହିଥାଏ। ବିଶେଷ କରି ରାଜସ୍ଥାନୀ ନାକଫୁଲ ଉପରେ ସମସ୍ତଙ୍କର ନଜର ରହିଥାଏ। କାରଣ ରାଜସ୍ଥାନୀ ନାକଫୁଲ ବହୁତ ଡିଜାଇନ୍‌ରେ ଆଜିକାଲି ବଜାରକୁ ଆସୁଛି।

Related story