Advertisment

ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ  ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା ଜାଣିବା, ଦର୍ଶନୀୟ ସ୍ଥାନ ବୁଲିବା,  ଖାଦ୍ୟ ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଓଡ଼ିଶାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି। ତେବେ ଆପଣ ଯଦି  ଓଡ଼ିଶା ବାହାରକୁ ଯିବାକୁ ସ୍ଥିର କରିଛନ୍ତି ତେବେ ଭାରତର ରାଜଧାନୀ ଦିଲ୍ଲୀ ବୁଲି ଯାଆନ୍ତୁ। ସେଠାରେ ହେଉଥିବା ସୁପ୍ରସିଦ୍ଧ ଖାଦ୍ୟପାନୀୟର […]

ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

d33

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ  ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା ଜାଣିବା, ଦର୍ଶନୀୟ ସ୍ଥାନ ବୁଲିବା,  ଖାଦ୍ୟ ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଓଡ଼ିଶାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି। ତେବେ ଆପଣ ଯଦି  ଓଡ଼ିଶା ବାହାରକୁ ଯିବାକୁ ସ୍ଥିର କରିଛନ୍ତି ତେବେ ଭାରତର ରାଜଧାନୀ ଦିଲ୍ଲୀ ବୁଲି ଯାଆନ୍ତୁ। ସେଠାରେ ହେଉଥିବା ସୁପ୍ରସିଦ୍ଧ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ଐତିହାସିକ ସ୍ଥାନ ବୁଲି ଆସନ୍ତୁ।
publive-image

Advertisment

ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର କିଛି ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବାକୁ ଯାଉଛୁ।  ଯେଉଁଠିକୁ ଥରେ ଗଲେ ଆସିବାକୁ ଆପଣଙ୍କ ମନ ହେବ ନାହିଁ।  ଆଉ ସେ ସବୁ ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୋହିତ କରିଦେବ।

publive-image

ତେବେ ଏଥର ଦିଲ୍ଲୀର ଏହି ସବୁ ସ୍ଥାନ ଗୁଡିକୁ ନୋଟ୍‌ କରି ରଖନ୍ତୁ। ଯେତେବେଳେ ଆପଣ ଦିଲ୍ଲୀ ଯିବେ ନିଶ୍ଚୟ ଏହି ସବୁ ସ୍ଥାନ ଯାଇ ବୁଲିବା ସହ ସେଠାକାର ଜୀବନ ଶୈଳୀ, ଖାଦ୍ୟ ପାନୀୟର ମଜା ନେଇ ଆସିବେ।

Advertisment

ଚାନ୍ଦିନିଚୌକ

publive-image

ଦିଲ୍ଲୀର ଚାନ୍ଦିନିଚୌକ ନାମ ତ ଆପଣ ଅନେକ ଫିଲ୍ମରେ ଶୁଣିଥିବେ। ଏହା ଭାରତର ସବୁଠାରୁ ପୁରୁଣା ବ୍ୟସ୍ତବହୁଳ ବଜାର ମଧ୍ୟରୁ ଗୋଟେ। ଏହି ବଜାର ଲାଲ୍‌କିଲ୍ଲା ପା‌ଖରେ ଅବସ୍ଥିତ।

publive-image

ଏହି ସ୍ଥାନରେ ଭଲ ବ୍ୟବସାୟ ହେଉଥିବାରୁ ଦେଶର କୋଣଅନୁକୋଣରୁ  ବେପାରିମାନେ ଏହି ସ୍ଥାନକୁ ଆସିଥାନ୍ତି। ସେଠାକୁ ଗଲେ ବିଷେଶକରି ଆପଣ ମହିଳା ମାନଙ୍କର ରୂପଚର୍ଯ୍ୟାରେ ବ୍ୟବହୃତ ହେଉଥିବା ସବୁ ସାମଗ୍ରୀ ପାଇପାରିବେ।

publive-image

ସେଠାରେ ଥିବା ପରାଠେ ୱାଲି ଗଳି ନାମକ ସ୍ଥାନ ଖାଦ୍ୟ ଜିନିଷ ପାଇଁ ବହୁତ ଲୋକପ୍ରିୟ। ସେହି ସ୍ଥାନର ପରିକଳ୍ପନା ସାହାଜାହାନଙ୍କ ଝିଅ ଜାହାନଆରା କରିଥିଲେ।

ଇଣ୍ଡିଆ ଗେଟ୍‌

publive-image

ଏହା ସହିଦମାନଙ୍କ ସମାଧି ପୀଠ। ଇଣ୍ଡିଆ ଗେଟ୍‌ର ପଥରରେ ସହିଦ ହୋଇଥିବା ଜବାନମାନଙ୍କର ନାମ ଉଲ୍ଲେ‌ଖ ରହିଛି। ଇଣ୍ଡିଆ ଗେଟ୍‌ର ମଝିରେ ଅମର ଜବାନ ଜ୍ୟେତି ସବୁବେଳେ ଜଳୁଥାଏ। ଆପଣ ସେହି ସ୍ଥାନକୁ ଗଲେ ପାଖାପାଖି ଅଞ୍ଚଳରେ ଅନେକ ପାର୍କ ରହିଛି।

publive-image

ଆପଣ ବୁଲି ବୁଲି ଥକି ଯାଇଥିଲେ ଅବସର ବିନୋଦନ ପାଇଁ ସେହି ସ୍ଥାନକୁ ବୁଲି ଯାଇପାରିବେ। ତାହା ଆପଣଙ୍କ ମନ ମୋହିବ ନିଶ୍ଚିତ। ବିଶେଷ କରି ସନ୍ଧ୍ୟା ସମୟରେ ଏହା ବହୁତ ସୁନ୍ଦର ଦେଖାଯାଇଥାଏ।

ଅକ୍ଷରଧାମ

publive-image

ଏହାର ଅର୍ଥ ହେଉଛି ଭଗବାନଙ୍କ ଘର। ଏହା ଏକ ବିଶାଳ ମନ୍ଦିର। ସେଠାରେ ସନ୍ଧ୍ୟାରେ ଆପଣଙ୍କୁ ଚକିତ କରିଦେବା ଭଳି ଏକ ଫାଉଣ୍ଟେନ୍‌ ଶୋ’ ହୋଇଥାଏ। ଯେଉଁଥିରେ ଜଣେ ମଣିଷ ଜନ୍ମ ହେବା ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଜୀବନକାଳକୁ ପାଣି ଏବଂ ଲାଇଟ୍‌ରେ ପ୍ରଦର୍ଶନ କରାଯାଇଥାଏ।

publive-image

କୁହାଯାଏ ଯେ ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ଭାଗ ପର୍ଯ୍ୟଟକ ସେହି ସ୍ଥାନକୁ ବୁଲି ଯାଇଥାନ୍ତି।

ଲୋଦି ଗାର୍ଡେନ୍‌

publive-image

୯୦ ଏକର ଜାଗାରେ ନିର୍ମିତ ହୋଇଛି ଏହି ଲୋଦି ଗାର୍ଡେନ୍‌। ସେଠାକୁ ଆପଣ ବୁଲିବାକୁ ଗଲେ ଲୋଦି ବଂଶର ଅନେକ ସ୍ମାରକଗୁଡ଼ିକୁ ଦେଖିବାକୁ ପାଇବେ।   ଉକ୍ତ ସ୍ଥାନ ପ୍ରକୃତି ପ୍ରେମୀଙ୍କୁ ବହୁତ ଆକର୍ଷିତ କରିଥାଏ।

publive-image

ହୁମାୟୁନ୍‌ଙ୍କ ମକବରା

publive-image

ସେଠାରେ ମୋଗଲ ଶାସକ ହୁମାୟୁନ୍‌ଙ୍କ ସହ ଅନ୍ୟ ଶାସକମାନଙ୍କର ସମାଧି ରହିଛି। ଏହା ଏକ ସୁନ୍ଦର ସ୍ଥାନ। ସେହି ମକ୍‌ବରା ଗୋଟିଏ ମାତ୍ର ସ୍ଥାନ ଯେଉଁଠି ନାଲି ପଥରରେ କାରୁକାର୍ଯ୍ୟ କରି ଏତେ ବଡ଼ ବିଶାଳ ରୂପେ ତିଆରି କରାଯାଇଛି।

ଲାଲ୍‌କିଲ୍ଲା

publive-image

ସାହାଜାହାନଙ୍କ ଦ୍ୱାରା ତିଆରି ହୋଇଛି ଲାଲ୍‌କିଲ୍ଲା। ଏହା ଦିଲ୍ଲୀ ସହରର ମଧ୍ୟ ଭାଗରେ ରହିଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତବାସୀଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। ସେଠାରେ ଅନେକ କୋଠା ରହିଛି ଯାହାକୁ ମେହଲ୍‌ ବୋଲି କୁହାଯାଏ। ସେଠାରେ ଅନେକ ମେହଲ୍‌ର କାନ୍ଥରେ ଅନେକ ହୀରା ଏବଂ ବହୁମୂଲ୍ୟ ପଥର ଲାଗିଥିଲା ଯାହାକୁ ଇଂରେଜ ମାନେ ନେଇଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe