thai_green_curry_from_scrat
ଆବଶ୍ୟକ ସାମଗ୍ରୀ- ଚିକେନ୍, ଗ୍ରୀନ୍ କରି ପେଷ୍ଟ, ଗ୍ରୀନ୍ ବିନ୍ସ, ସିଲାଣ୍ଟ୍ରୋ, ଲୁଣ, ନଡ଼ିଆ ତେଲ, ଅଲିଭ ଅଏଲ, ବ୍ରୋକୋଲି, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତିପ୍ରଣାଳୀ- ଥାଇ ଗ୍ରୀନ୍ ଚିକେନ୍ କରିକୁ ମେନ୍ କୋର୍ସରେ ପରଷି ପାରିବେ। ଏହା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ଓଜନିଆ ପ୍ୟାନ୍ରେ ଅଲିଭ୍ ଅଏଲ ଗରମ କରି ଗ୍ରୀନ୍ କରି ପେଷ୍ଟ ପକାଇ ଏକ ମିନିଟ୍ ଯାଏ ଗରମ କରନ୍ତୁ। ଚିକେନ୍କୁ କାଟି ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହି ଚିକେନ୍କୁ ଗ୍ରୀନ୍ କରି ପେଷ୍ଟରେ ପକାଇ ୫ରୁ ୧୦ ମିନିଟ୍ ଯାଏ ଧିମା ଆଞ୍ଚରେ ସିଝାନ୍ତୁ। ଏହି ଚିକେନ୍ରେ ନଡ଼ିଆ ତେଲ ପକାଇ ଗୋଳାନ୍ତୁ। ବ୍ରୋକୋଲି, କଞ୍ଚା ଲଙ୍କା, ବିନ୍ସ ପକାଇ ଘୋଡ଼ାଇ ଦିଅନ୍ତୁ। ଦରକାର ହେଲେ ଅଧ କପ୍ ପାଣି ଏବଂ ଲୁଣ ପକାନ୍ତୁ। ଏହାକୁ ଅଧିକ ପୁଷ୍ଟିକର କରିବା ଲାଗି ଚିକେନ୍ ଷ୍ଟକ୍ ମଧ୍ୟ ପକାଇପାରିବେ।
ପରିବା ଓ ଚିକେନ୍ ସିଝିବା ଲାଗି ୧୫ରୁ ୨୦ ମିନିଟ୍ ସମୟ ଲାଗିବ। ଯଦି ଆପଣଙ୍କୁ ମସଲା ପସନ୍ଦ, ତେବେ ଏଥିରେ ଗ୍ରୀନ୍ ଚିଲି ପେଷ୍ଟ ପକାଇପାରିବେ। ଆପଣ ଚାହିଲେ ଏଥିରେ ଅଳ୍ପ ଫ୍ରେଶ୍ କ୍ରିମ୍ ବ୍ୟବହାର କରିପାରିବେ। ଯାହାଫଳରେ ଏହି ଖାଦ୍ୟ କିଛିଟା ସ୍ମୁଥ୍ ଓ କ୍ରିମି ଦେଖାଯିବ। ଏଥିରେ ଅଳ୍ପ ଲେମନ ଗ୍ରାସ୍ ପକାନ୍ତୁ, ଯାହାଫଳରେ ଫଳ ବାସ୍ନା ହେବ। ଶେଷରେ ସିଲାଣ୍ଟ୍ରୋରେ ସଜାଇ ଗରମ ଗରମ ପରଷନ୍ତୁ। ଜସ୍ମିନ୍ ରାଇସ୍ ସହ ଏହି ଥାଇ ଗ୍ରୀନ୍ ଚିକେନ୍ କରି ଖୁବ୍ ସ୍ବାଦିଷ୍ଟ ଲାଗିଥାଏ। ଏବେ ପ୍ରସ୍ତୁତ ହୋଇଗଲା ଥାଇ ଗ୍ରୀନ୍ ଚିକେନ୍ କର। ଗରମ ଗରମ ପରଷି ଏହି ଡିଶ୍ର ମଜା ନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/thai_green_curry_from_scrat.jpg)